ଭୁବନେଶ୍ୱର, 30 ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ ରବିବାର ଐତିହାସିକ ଶ୍ରୀ ଶୃଙ୍ଗେରୀ ଶାରଦା ପୀଠରେ ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶାରଦାଙ୍କ
ପୂଜା-ଅର୍ଚ୍ଚନା କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦଦ୍ର ପ୍ରଧାନ ସୋସିଆଲ ମିଡିଆ
ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଏହାକୁ ଅତ୍ୟନ୍ତ ଆଧ୍ୟାତ୍ମିକ ଅନୁଭବ
ବୋଲି କହି ସୂଚନା ଦେଇ କହିଛନ୍ତି ଯେ, ମା ସରସ୍ୱତୀଙ୍କ ଅବତାର ଏବଂ ଗୁରୁରୂପିଣୀ ବୋଲି କୁହାଥିବା
ଦେବୀ ଶାରଦାଙ୍କ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ କରୁଛନ୍ତି।
କେନ୍ଦ୍ରମନ୍ତ୍ରୀ ଶୃଙ୍ଗେରୀ ଶାରଦା ପୀଠର ମହତ୍ତ୍ୱ
ଉପରେ ଆଲୋକପାତ କରି କହିଛନ୍ତି ଯେ, ଏହା ଅଦ୍ୱୈତ ବେଦାନ୍ତର ପବିତ୍ର କେନ୍ଦ୍ର ଏବଂ ଦେଶର
ଆଧ୍ୟାତ୍ମିକ ଓ ଶିକ୍ଷାଗତ ଐତିହ୍ୟର ଏକ ଉତ୍କୃଷ୍ଟ ପ୍ରତୀକ। ସେ କହିଛନ୍ତି— “ଶ୍ରୀ ଶୃଙ୍ଗେରୀ
ଶାରଦା ପୀଠ ଜ୍ଞାନ,
ଆଧ୍ୟାତ୍ମ ଓ ଦିବ୍ୟତାର ପବିତ୍ର କେନ୍ଦ୍ର।”
ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ଏହି ପୀଠ
ଆଜିଭି ବି ଵୈଦିକ ଜ୍ଞାନ ଓ ଆଧ୍ୟାତ୍ମିକ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନ ଭାବେ ପରିଚିତ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
