ନୂଆଦିଲ୍ଲୀ, 1 ଡିସେମ୍ବର
(ହି.ସ) ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ରବିବାର ବିରୋଧୀ ‘ଇଣ୍ଡି’ ମେଂଟର ପ୍ରମୁଖ ନେତାମାନେ ସଂସଦ ଭବନ ପରିସରରେ ବିରୋଧୀ ନେତା
ମଲ୍ଳିକାର୍ଜୁନ ଖଡ଼ଗେଙ୍କ କାର୍ଯ୍ୟାଳୟରେ ବୈଠକ କରିଥିଲେ।
ଏହି ବୈଠକରେ ରାହୁଲ
ଗାନ୍ଧୀ,
ଗୌରବ ଗୋଗୋଇ, କମଳ ହାସନ, ପ୍ରିୟଙ୍କା ଚତୁର୍ବେଦୀ, ରାମଗୋପାଳ ଯାଦବ, ସାୟଦ ନସିର ହୁସେନ ସହିତ ବିଭିନ୍ନ ଦଳର ନେତାମାନେ ଯୋଗ ଦେଇ ମିଳିତ
କୌଶଳକୁ ଅନ୍ତିମ ରୂପ ଦେଇଛନ୍ତି।
ଏଥିପୂର୍ବରୁ ରବିବାର
ବିଳମ୍ବିତ ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ସାଂସଦୀୟ ରଣନୀତି ଦଳର ବୈଠକ
ହୋଇଥିଲା। ଏଥିରେ ମଲ୍ଳିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ପି. ଚିଦାମ୍ବରମ ସହ ଅନେକ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
ବିରୋଧୀ ଶୀତକାଳୀନ ଅଧିବେଶନ
ସମୟରେ ଜାତୀୟ ସୁରକ୍ଷା, ଦିଲ୍ଲୀରେ ସମ୍ପ୍ରତି ଘଟିଥିବା ବୋମା ବିସ୍ଫୋରଣ, ମତଦାତା ତାଲିକାର ଗୁଡ଼ିସାରା ପୁନର୍ବୀକ୍ଷଣ (ଏସଆଇଆର),
ଓ ବାୟୁ ପ୍ରଦୂଷଣ ପରି ବିଷୟଗୁଡ଼ିକୁ ନେଇ ସରକାରକୁ ଘେରିବା ପାଇଁ
ପ୍ରସ୍ତୁତ ହେଉଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
