ମୁମ୍ବାଇ, 2 ଡିସେମ୍ବର (ହି.ସ.)- ଆୟକର ବିଭାଗ (ଆଇଟି) ର ଟିମ୍ ମଙ୍ଗଳବାର ସକାଳୁ ମୁମ୍ବାଇ
ସହ ଦେଶର 10ଟି ସହରରେ ଥିବା ରାମି ଗ୍ରୁପ୍ ଅଫ୍ ହୋଟେଲ୍ସ ସମ୍ବନ୍ଧୀୟ 38ଟି ଠିକଣାରେ ରେଡ୍
କରୁଛି। ଆୟକର ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି
ଆଧିକାରିକ ସୂଚନା ଦିଆଯାଇନି।
ସୂତ୍ର ଅନୁସାରେ, ଆଇଟି ଟିମ୍ ରାମି ଗ୍ରୁପ୍ ଅଫ୍ ହୋଟେଲ୍ସର ସାଣ୍ଟାକ୍ରୁଜ୍ ଥିବା
ମୁଖ୍ୟାଳୟ, ଦାଦର୍ ପୂର୍ବରେ
ଥିବା ହୋଟେଲ୍ ସହିତ ଗ୍ରୁପ୍ ମାଲିକଙ୍କ ଘରେ ମଧ୍ୟ ରେଡ୍ କରୁଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ କର
ଚୋରି ମାମଲା ସମ୍ବନ୍ଧିତ।
ମୁମ୍ବାଇ ସହ ଦେଶର 10ଟି ସହରରେ ମୋଟ 38ଟି ସ୍ଥାନରେ ଏହି
କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏଥି ସହିତ ବରଦରାଜ ମଞ୍ଜପ୍ପା ଶେଟ୍ଟି ସମ୍ବନ୍ଧୀୟ
ଠିକଣାଗୁଡିକରେ ମଧ୍ୟ ରେଡ୍ ହେଉଛି। ସୂତ୍ରମୁତାବକ ସକାଳୁ ଆରମ୍ଭ ହୋଇଥିବା ଏହି
କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ଜାରି ରହିଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
