ଭୋପାଲ, 15 ସେପ୍ଟେମ୍ବର (ହି.ସ.)-ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ସେପ୍ଟେମ୍ବର 17ରେ ମଧ୍ୟପ୍ରଦେଶର ଧାର
ଜିଲ୍ଲାର ଭୈସୋଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ “ଆଦି କର୍ମ ଯୋଗୀ
ଅଭିଯାନ” ଅନ୍ତର୍ଗତ “ଆଦି ସେବା ପର୍ବ” ଆରମ୍ଭ କରିବେ। ଜନଜାତିୟ ଗୌରବ ଓ ରାଷ୍ଟ୍ର ନିର୍ମାଣର ସଙ୍ଗମ ରୂପେ “ଆଦି ସେବା ପର୍ବ” 2 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।
“ଆଦି ସେବା ପର୍ବ” ଅବଧିରେ ଜନଜାତିୟ ଅଞ୍ଚଳରେ
ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ, ଦକ୍ଷତା ବିକାଶ,
ଆଜୀବିକା ସମ୍ବର୍ଧନ, ସ୍ୱଚ୍ଛତା, ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ
ଆୟୋଜିତ ହେବ। ପ୍ରତ୍ୟେକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁରେ ଥିବ ସେବା ଭାବ ଓ ଆତ୍ମନିର୍ଭର
ଭାରତ ଗଠନର ଦୃଢ଼ ସଙ୍କଳ୍ପ ।
ଲୋକସଂପର୍କ ଅଧିକାରୀ ଅବନୀଶ
ସୋମକୁଁବର ସୋମବାର ଦିନ କହିଛନ୍ତି ଯେ, ଆଦି କର୍ମଯୋଗୀ
ଅଭିଯାନ ଅନ୍ତର୍ଗତ ରିଜିଓନାଲ୍ ପ୍ରୋସେସ୍ ଲ୍ୟାବରେ ମଧ୍ୟପ୍ରଦେଶର 12 ରାଜ୍ୟ ସ୍ତରୀୟ
ମାଷ୍ଟର୍ ଟ୍ରେନର୍ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତୁତ କରାଯାଇଛି ।
ଏହି କ୍ରମରେ ଷ୍ଟେଟ୍
ପ୍ରୋସେସ୍ ଲ୍ୟାବରେ 41 ଜିଲ୍ଲାର 272 ଜିଲ୍ଲା ମାଷ୍ଟର୍ ଟ୍ରେନର୍, ଡିଷ୍ଟ୍ରିକ୍ଟ ପ୍ରୋସେସ୍ ଲ୍ୟାବରେ 242 ବିକାଶଖଣ୍ଡର 1210 ବ୍ଲକ୍ ମାଷ୍ଟର୍ ଟ୍ରେନର୍ ପ୍ରସ୍ତୁତ
କରାଯାଇଛନ୍ତି।
ଏହା ମାଧ୍ୟମରେ ବ୍ଲକ୍
ସ୍ତରରେ 18150 କ୍ଲଷ୍ଟର୍ ମାଷ୍ଟର୍ ଟ୍ରେନର୍, 41 ଜିଲ୍ଲା ସ୍ତରୀୟ
ଏନଜିଓସହଯୋଗୀ, 20 ବିକାଶଖଣ୍ଡ ସ୍ତରୀୟ ଏନଜିଓକର୍ମଚାରୀ, 56470 ଆଦି ସହଯୋଗୀ (ଶିକ୍ଷକ
/ ଡାକ୍ତର / ଯୁବ ନେତୃତ୍ୱ / ସାମାଜିକ କର୍ମୀ), 203292 ଆଦି ସାଥୀ
(ସ୍ୱ-ସହାୟତା ଦଳ ସଦସ୍ୟ, ଜନଜାତିୟ ଜନପ୍ରତିନିଧି, ସ୍ୱୟଂସେବକ,ସାଂସ୍କୃତିକ ବ୍ୟକ୍ତିତ୍ୱ), 22588 ଆଦି ଛାତ୍ରଛାତ୍ରୀ — ଏହିପରି ମୋଟ 303233 ଚେଞ୍ଜ
ଲିଡର୍ ତିଆରି କରିବା ଲକ୍ଷ୍ୟ ରହିଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
