
ଇମ୍ଫାଲ, 18 ଜାନୁଆରୀ (ହି.ସ.) ମଣିପୁରରେ ସଶସ୍ତ୍ର ଆତତୀୟଙ୍କ ଆକ୍ରମଣରେ ବିଏସଏଫର 3ଜଣ ଯବାନ ଆହତ ହୋଇଛନ୍ତି । ମଣିପୁର ପୋଲିସ ଗୁରୁବାର ସୂଚନା ଦେଇଛି ଯେ, ରାଜ୍ୟର ଥୌବଲ ଜିଲ୍ଲାର ଖଙ୍ଗାବୋକର ହିଂସକ ଭିଡ ଥୌବଲ ପୋଲିସ ମୁଖ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ସୁରକ୍ଷାବଳ ଏହାକୁ ରୋକିବାକୁ ପ୍ରୟାସ କରିଥିଲେ । ଏହି ଭିଡରେ ସାମିଲ ଥିବା ଦୁର୍ବୃତ୍ତଙ୍କ ଗୁଳିରେ ବିଏସଏଫର 3ଯବାନ କନଷ୍ଟେବଳ ଗୌରବ କୁମାର, ଏଏସଆଇ ସୋମନାଥ ସିଂହ ଓ ଏଏସଆଇ ରାମଜୀ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ରାଜ ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
