ଇମ୍ଫାଲ, ୧୮ ନଭେମ୍ବର (ହି.ସ.)- ମଣିପୁର ପୋଲିସ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଇନ ଉଲ୍ଲଙ୍ଘନ ସଂକ୍ରାନ୍ତରେ ୧୦୫୧ ଜଣ ବ୍ୟକ୍ତିଙ୍କୁ ନିଜ ହେପାଜତକୁ ନେଇଛି । ପୋଲିସ ଆଜି ଏନେଇ ସୂଚନା ଦେଇ କହିଛି ଯେ, ସୁରକ୍ଷାବଳ ପକ୍ଷରୁ କାକାଚିଂଗ ଏବଂ କାଂଗପୋକପି ଜିଲ୍ଲାର ସମ୍ବେଦନଶୀଳ ଅଂଚଳରେ ତଲାସୀ ଅଭିଯାନ ଚଳାଯାଇଛି ।
ଜାତୀୟ ରାଜପଥ ନଂ ୩୭ ରେ ୨୫୨ ଗାଡି ଏବଂ ଜାତୀୟ ରାଜପଥ ନଂ ୨ ରେ ୨୪୬ ଗାଡି ଚଳାଚଳକୁ ସୁନିଶ୍ଚିତ କରାଯାଇଛି । ଗାଡି ଗୁଡିକର ସ୍ଵତନ୍ତ୍ର ଏବଂ ସୁରକ୍ଷିତ ଭାବେ ଚଳାଚଳକୁ ସୁନିଶ୍ଚିତ କରିବା ନେଇ ସମସ୍ତ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାହାଡି ଏବଂ ଘାଟି ସ୍ଥାନରେ ତଥା ମଣିପୁରର ବିଭିନ୍ନ ଜିଲ୍ଲାରେ ମୋଟ୍ ୧୩୫ ନାକା ସ୍ଥାପନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
