ଲକ୍ଷ୍ନୌ, 23 ଅକ୍ଟୋବର (ହି.ସ.)- ଭାଇ ଦୁଜର
ଶୁଭେଚ୍ଛା ଜଣାଇଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଭାଇ-ଭଉଣୀଙ୍କ ସ୍ନେହ ଓ ଆସ୍ଥାର ପବିତ୍ର ବନ୍ଧନକୁ
ଆହୁରି ଦୃଢ଼ କରୁଥିବା ପବିତ୍ର ପର୍ବ ଭାଇ ଦୂଜ ଅବସରରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା!
ଯମୁନା ମାଆଙ୍କ କୃପାରେ
ପ୍ରତ୍ୟେକ ଭଉଣୀଙ୍କ ଜୀବନ ସୁଖ, ସୌଭାଗ୍ୟ ଓ ସମୃଦ୍ଧିର ଆଲୋକରେ ଆଲୋକିତ ହେଉ, ଏବଂ ପ୍ରତ୍ୟେକ
ଭାଇଙ୍କ ଜୀବନ ସାହସ, ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତର ପ୍ରଭାରେ ଆଲୋକିତ ହେଉ — ଏହି ମୋର ପ୍ରାର୍ଥନା କରିଛନ୍ତି ଯୋଗୀ ଆଦିତ୍ୟନାଥ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
