ଲକ୍ଷ୍ନୌ, ୨୫ ଡିସେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ସମେତ ଅନ୍ୟ ମନ୍ତ୍ରୀ ଓ ଭାଜପା ନେତା ମାନେ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଆଜି ତାଙ୍କୁ ପ୍ରଣାମ କରିଥିଲେ । ସମସ୍ତେ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଲୋକଭବନ ସ୍ଥିତ ତାଙ୍କର ପ୍ରତିମୂର୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ, ଭାରତ ମାତାର ମହାନ୍ ସୁପୁତ୍ର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଜନ୍ମ ଜୟନ୍ତୀ । ଆମେ ସମସ୍ତେ ଜାଣିଛେ ଯେ, ସ୍ଵର୍ଗତ ବାଜପେୟୀ ଭାରତ ରାଜନୀତିରେ ଅଜାତ ଶତୃ ଥିଲେ । ଭାରତକୁ ରାଜନୈତିକ ଅସ୍ଥିରତାରୁ ଉଦ୍ଧାର କରିବାର କାର୍ଯ୍ୟ କରିଥିଲେ । ଏହି କାରଣରୁ ଆଜକୁ ପ୍ରାୟ ସାଢ଼େ ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତର ବିକାଶ, ସୁରକ୍ଷା ଓ ସୁଶାସନର ଯେଉଁ ନୂଆ କୀର୍ତିମାନ ସ୍ଥାପନ କରିଛି ତାହାର ଆଧାରଶିଳା ସ୍ଵର୍ଗତ ବାଜପେୟୀ ନିଜ ଶାସନ କାଳରେ ରଖିଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
