• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବବୃହତ ସାମୁଦ୍ରିକ ସମାରୋହ ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀକୁ କରିବେ ଉଦଘାଟନ
National

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବବୃହତ ସାମୁଦ୍ରିକ ସମାରୋହ ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀକୁ କରିବେ ଉଦଘାଟନ

CliQ INDIA
Last updated: October 17, 2023 12:08 pm
CliQ INDIA
Share
3 Min Read
SHARE

ନୂଆଦିଲ୍ଲୀ, 17 ଅକ୍ଟୋବର (ହି.ସ.)ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଏମଏମଆରଡିଏ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ (ଜିଏମଆଇଏସ ୨୦୨୩)ର ତୃତୀୟ ସଂସ୍କରଣକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ । ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଏହି ସର୍ବବୃହତ ସାମୁଦ୍ରିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଭବିଷ୍ୟତର ବନ୍ଦର; ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ; ଉପକୂଳ ଜାହାଜ ଚଳାଚଳ ଏବଂ ଆଇଡବ୍ଲ୍ୟୁଟି; ଜାହାଜ ନିର୍ମାଣ; ମରାମତି ଏବଂ ରିସାଇକ୍ଲିଂ; ଅର୍ଥ, ବୀମା ଏବଂ ମଧ୍ୟସ୍ଥତା; ସାମୁଦ୍ରିକ କ୍ଲଷ୍ଟର; ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା; ସାମୁଦ୍ରିକ ନିରାପତ୍ତା ଓ ସୁରକ୍ଷା; ଏବଂ ସାମୁଦ୍ରିକ ପର୍ଯ୍ୟଟନ ଆଦି ବିଷୟବସ୍ତୁ ଉପରେ ଅଧିବେଶନ ଓ ଆଲୋଚନାଚକ୍ର ଆୟୋଜନ କରାଯିବ।

ଉଦଘାଟନୀ ଅଧିବେଶନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଯୋଗଦେବେ। ଏହି ଅଧିବେଶନରେ ଆର୍ମେନିଆ, ବାଂଲାଦେଶ, ବେଲାରୁସ୍, କୋମୋରୋସ୍, ଇରାନ, ଇଟାଲୀ, ଶ୍ରୀଲଙ୍କା, ତାଞ୍ଜାନିଆ, ତୁର୍କମେନିସ୍ତାନ, ଉଜବେକିସ୍ତାନ, ସ୍ପେନ୍ ଏବଂ ନେପାଳ ସମେତ ୧୨ଟି ଦେଶର ମନ୍ତ୍ରୀମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭାରତର ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୬ ଜଣ ରାଜ୍ୟ ମନ୍ତ୍ରୀ ଓ ଉପରାଜ୍ୟପାଳ ଉପସ୍ଥିତ ରହିବେ।

କେବଳ ଭାରତ ପାଇଁ ନୁହେଁ, ବିଶ୍ୱ ସାମୁଦ୍ରିକ ସମୁଦାୟ ପାଇଁ ଏକ ଏହା ଐତିହାସିକ ସମାରୋହ। ଏଠାରେ ଆରମ୍ଭ ହେବାକୁ ଥିବା ଆଲୋଚନା ସମଗ୍ର ବିଶ୍ୱର ସାମୁଦ୍ରିକ ନୀତି ଏବଂ ରଣନୀତିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରଭାବିତ କରିବ ବୋଲି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି।

ବ୍ୟାପକ ଆନ୍ତର୍ଜାତିକ ଏବଂ ଜାତୀୟ ପ୍ରତିନିଧିତ୍ୱ

ବେଲାରୁସ୍, ବେଲଜିୟମ, ଭୁଟାନ, ଡେନମାର୍କ, ଫ୍ରାନ୍ସ, ଇରାନ, ଇଟାଲୀ, ନେଦରଲାଣ୍ଡ, ରୁଷ, ସାଉଦି ଆରବ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ସ୍ପେନ, ନରୱେ, ମେକ୍ସିକୋ, ୟୁଏଇ, ବ୍ରିଟେନ, ଆମେରିକା ସମେତ ୨୮ଟି ଦେଶର ୧୧୫ ଜଣ ଅଧିକାରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ସହମତି ଦେଇଛନ୍ତି।

‘ଅମୃତ କାଳ ସଂକଳ୍ପ ୨୦୪୭’ ଉନ୍ମୋଚନ

ଏହି ଶିଖର ସମ୍ମିଳନୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥବ୍ୟବସ୍ଥା ପାଇଁ ୨୫ ବର୍ଷର ବ୍ଲୁପ୍ରିଣ୍ଟ ‘ଅମୃତ କାଳ ସଂକଳ୍ପ ୨୦୪୭’କୁ ଉନ୍ମୋଚନ କରିବାପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଛି । ଏହି ଯୋଜନାରେ ବନ୍ଦର ସୁବିଧା ବୃଦ୍ଧି, ଦୀର୍ଘସ୍ଥାୟୀ ପ୍ରଥାକୁ ପ୍ରୋତ୍ସାହିତ କରିବା ଏବଂ ଅନ୍ତର୍ଜାତୀୟ ସହଯୋଗକୁ ସୁଗମ କରିବା ଉଦ୍ଦେଶ୍ୟରେ ରଣନୀତିକ ପଦକ୍ଷେପଗୁଡ଼ିକର ରୂପରେଖ ଦିଆଯାଇଛି। ଏହି ଲକ୍ଷ୍ୟ କୁ ପୂରଣ କରିବା ପାଇଁ ଶିଖର ସମ୍ମିଳନୀରେ ୨୩,୩୬୪ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରାଯିବ ।

ଅଭୂତପୂର୍ବ ଶିଳ୍ପ ଏବଂ ପୁଞ୍ଜିନିବେଶ ସୁଯୋଗ

୨୭ଟି ଦେଶର ୮୧ରୁ ଅଧିକ ଆନ୍ତର୍ଜାତିକ ବକ୍ତା ଏବଂ ୧୦୦ରୁ ଅଧିକ ଭାରତୀୟ ପ୍ରତିପକ୍ଷଙ୍କୁ ନେଇ ଏହି ଶିଖର ସମ୍ମିଳନୀ ଶିଳ୍ପ ବିଶେଷଜ୍ଞତାର କେନ୍ଦ୍ର ହେବାକୁ ଯାଉଛି। ୩୧ ଜଣ ଅଗ୍ରଣୀ ବିଶ୍ବସ୍ତରୀୟ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ୩,୦୦୦ରୁ ଅଧିକ ପଞ୍ଜିକୃତ ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିବେ। ପୁଞ୍ଜିନିବେଶ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମରେ ୭.୧୮ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୩୧୬ଟି ବୁଝାମଣାପତ୍ର (ଏମ୍ଓୟୁ) କାର୍ଯ୍ୟକାରୀ ହେବ ଏବଂ ପ୍ରାୟ ୧.୭ ଲକ୍ଷ କୋଟି ଟଙ୍କାର ୮୬ଟି ନିବେଶଯୋଗ୍ୟ ପ୍ରକଳ୍ପ ପ୍ରଦର୍ଶିତ ହେବ।

ବିସ୍ତୃତ ପ୍ରଦର୍ଶନୀ ଏବଂ ସମ୍ମିଳନୀ କାର୍ଯ୍ୟସୂଚୀ

ବୈଷୟିକ ଆଲୋଚନା, ରାଜ୍ୟ ଅଧିବେଶନ ଏବଂ ଅନ୍ତର୍ଜାତୀୟ ରାଉଣ୍ଡ ଟେବୁଲ ସମେତ ୩୧ଟି ଅଧିବେଶନ କୁ ନେଇ ୧୫୦ ଜଣ ପ୍ରଦର୍ଶକଙ୍କୁ ନେଇ ଏକ ବିସ୍ତୃତ ପ୍ରଦର୍ଶନୀ ଏବଂ ଏକ ବିସ୍ତୃତ ସମ୍ମିଳନୀ କାର୍ଯ୍ୟସୂଚୀ ସାମୁଦ୍ରିକ ଶିଳ୍ପର ଭବିଷ୍ୟତ ବିଷୟରେ ଗଭୀର ଭାବରେ ସୂଚନା ପ୍ରଦାନ କରିବ ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ

You Might Also Like

କଶ୍ମୀରର ବିଭିନ୍ନ ସ୍ଥାନରେ ଚଢାଉ କରିଛି ସିଆଇକେ
ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ | BulletsIn
ଆଜି ବିହାରର ବିଜେପି କାର୍ଯ୍ୟକର୍ତା ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଆଜି ବସ୍ତର ଅଲିମ୍ପିକ୍ସର ସମାପନୀ ଉତ୍ସବରେ ଯୋଗଦେବେ ଅମିତ ଶାହ
ମାର୍ଚ୍ଚ ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ରେକର୍ଡ଼ ୧.୭୮ ଲକ୍ଷ କୋଟି ଟଙ୍କା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ସ୍ମୃତିଚାରଣ କଲେ ମୁଖ୍ୟମନ୍ତ୍ରୀ
Next Article ଏଆଇଡିଏସଓର ବିଶାଳ ଛାତ୍ର ବିକ୍ଷୋଭ ଆଜି
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?