ମୁର୍ସିଦାବାଦ, 29 ନଭେମ୍ବର (ହି.ସ.)- ବେଆଇନ
ଭାବେ ରହୁଥିବା ଅଭିଯୋଗରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ରହୁଥିବା 12 ବାଂଲାଦେଶୀ
ନାଗରିକଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ସହ ଜଣେ ଭାରତୀୟ ନାଗରିକଙ୍କୁ ମଧ୍ୟ ଗିରଫ
କରାଯାଇଛି । ତାଙ୍କ ଉପରେ ଏହି ଲୋକମାନଙ୍କର ବେଆଇନ
ଭାବେ ଅନୁପ୍ରବେଶ କରିବାରେ ସହଯୋଗ କରିବାର ଅଭିଯୋଗ ରହିଛି । ଏହି କାର୍ଯ୍ୟାନୁଷ୍ଠାନ ଶୁକ୍ରବାର
ରାତିରେ ନିଆଯାଇଛି।
ପୋଲିସ ସୂଚାନା ଅନୁସାରେ, ଗିରଫ ହୋଇଥିବା ଭାରତୀୟ ନାଗରିକଙ୍କ ପରିଚୟ ସେବର ଅଲି ଭାବରେ ହୋଇଛି, ଯିଏ ବାଂଲାଦେଶୀ ନାଗରିକମାନଙ୍କୁ ବେଆଇନ ଭାବେ ଆଶ୍ରୟ ଦେଇଥାଏ।
ଗୁପ୍ତ ସୂଚନାର ଆଧାରରେ ଇସ୍ଲାମପୁର ଅଞ୍ଚଳର ହୁରଶି ଗ୍ରାମ ପଞ୍ଚାୟତ ଅଧୀନ ଗୋପାଳପୁର ଗାଁରେ ରେଡ୍
କରାଯାଇଥିଲା ଏବଂ ସମସ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ସୂତ୍ରମାନେ କହିଛନ୍ତି ଯେ, ଧରାପଡ଼ିଥିବା ବାଂଲାଦେଶୀ ନାଗରିକମାନଙ୍କ ପାଖରେ ଭାରତରେ ରହିବା
ପାଇଁ କୌଣସି ବୈଧ ଦଳିଲ ମିଳିନି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
