ଅହମଦାବାଦ, 20 ନଭେମ୍ବର (ହି.ସ.) ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଚାଲିଥିବା ବେଳେ ଜଣେ ଅଷ୍ଟ୍ରେଲିୟ ଯୁବକ ପଡିଆ ଭିତରକୁ ପଶି ଆସିଥିଲୋ । ପଶି ଆସିଥିବା ଯୁବକ ଭେନ ଜନସନଙ୍କ ବିରୁଦ୍ଧରେ ଚାନ୍ଦଖେଡା ଥାନାରେ ମାମଲା ରୁଜ ହୋଇଛି । ପୋଲିସକୁ ଧକ୍କା ମାରି ପଡିଆରେ ପ୍ରବେଶ ସହିତ ବିରାଟ କୋହଲିକୁ କୁଣ୍ଡାଇ ତାଙ୍କ ଲକ୍ଷ୍ୟ ଭଙ୍ଗ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ରହିଛି । ତେବେ ଏଫଆଇଆରରେ ତାଙ୍କ ଟି-ସର୍ଟରେ ଥିବା ସ୍ଲୋଗାନକୁ ନେଇ କୌଣସି ଉଲ୍ଲେଖ କରାଯାଇନାହିଁ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
