ଧନବାଦ, ୧୬ ଅକ୍ଟୋବର (ହି.ସ.)- ଝାଡ଼ଖଣ୍ଡର ଧନବାଦରେ ଅବୈଧ ଖନନ ସମୟରେ ମାଟି ଧସିବା ଫଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ୧୦ରୁ ୧୨ ଜଣ ଏହା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଇସିଏଲ ମୁଗମା ଅଂଚଳର କାପାସାରା ଆଉଟସୋର୍ସିଂ ରେ ଆଜି ସକାଳେ ଏହି ଘଟଣା ଘଟିଛି । ସେଠାରେ ଅବୈଧ କୋଇଲା ଖନନ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଖବର ପାଇ ଭାଜପା ନେତା ପ୍ରଦୀପ ବାଉରୀ, ସମାଜସେବୀ ଦାରା ବାଉରୀ ପହଂଚିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
