ଦେଓଘର, 29 ଜୁଲାଇ (ହି.ସ.)- ଝାରଖଣ୍ଡର ଦେଓଘରରେ
ଘଟିଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପ୍ରତିଜନଙ୍କୁ ଏକ ଲକ୍ଷ ଟଙ୍କା
ଓ ଆହତଙ୍କୁ 20-20 ହଜାର
ଟଙ୍କା ଦିଆଯିବ। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ଇରଫାନ୍ ଅନସାରୀ ଗୁରୁବାର ଏହି ଘୋଷଣା
କରିଛନ୍ତି। ସେ ଦେଓଘରରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପରେ ଏହି ସୂଚନା ଦେଇଛନ୍ତି।
ଝାରଖଣ୍ଡର ସ୍ୱାସ୍ଥ୍ୟ
ମନ୍ତ୍ରୀ ଡ. ଇରଫାନ୍ ଅନସାରୀ ଓ ଜିଲ୍ଲାପାଳ ନମନ
ପ୍ରିୟେଶ ଲକ୍ରା ସଦର ହସ୍ପିଟାଲ ଓ ଏମ୍ସ ରେ ପହଞ୍ଚି ସକାଳେ ମୋହନପୁର ବ୍ଲକ୍ର ଜମୁନିଆ ଛକ
ନିକଟରେ ଘଟିଥିବା ବସ୍ ଦୁର୍ଘଟଣାରେ ଆହତ ଶ୍ରଦ୍ଧାଳୁ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ
ଭେଟି ତାଙ୍କର ସ୍ଥିତି ବିଷୟରେ ଜାଣିଥିଲେ। ଏହି ଅବସରରେ ସେ ସିଭିଲ୍ ସର୍ଜନ୍ ଏବଂ ଏମ୍ସ
ନିର୍ଦ୍ଦେଶକଙ୍କୁ ବିଶେଷ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ଵାରା ଆହତମାନେ ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
