ନୂଆଦିଲ୍ଲୀ, ୨୭ ନଭେମ୍ବର (ହି.ସ.) – ବରିଷ୍ଠ ଭାରତୀୟ ଜନତାପାର୍ଟି (ବିଜେପି) ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତେଲେଙ୍ଗାନାର କରିମନଗରରେ ଦ୍ୱିତୀୟ ରାଲିରେ ଉଦବୋଧନ ଦେବା ବେଳେ କହିଛନ୍ତି ଯେ, କରିମନଗର ହେଉଛି ଭାରତର ଗଣାତନ୍ତ୍ରିକ ପରମ୍ପରାର ପ୍ରମାଣ ଏବଂ ଗଣତନ୍ତ୍ରର ମାତା । ସେ କହିଛନ୍ତି ଯେ, ଆଜି ତେଲେଙ୍ଗାନାରେ କେବଳ ଗୋଟିଏ ସ୍ୱର ପ୍ରାଧାନ୍ୟ ବିସ୍ତାର କରିଛି ଏବଂ ଏହା ହେଉଛି ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ।
କଂଗ୍ରେସ କିପରି ନିଜର ନେତାଙ୍କ ପ୍ରତି ବିଶ୍ୱାସଘାତକତା କରିଛି ତାହା ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦଳ ପ୍ରତି ତାଙ୍କର ଅଗାଢ଼ ବିଶ୍ୱାସ ସତ୍ୱେ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ କିପରି ଅସମ୍ମାନ କରିଛି । ସେ କହିଛନ୍ତି ଯେ, ଉଭୟ କଂଗ୍ରେସ ଏବଂ ବିଆରଏସ ପାଇଁ ପରିବାର ପ୍ରଥମେ ଆସେ । ମୋଦୀ କହିଛନ୍ତି ଯେ, ଉଭୟ କଂଗ୍ରେସ ଏବଂ ବିଆରଏସରେ କେବଳ ଦୁର୍ନୀତିଗ୍ରସ୍ତ ଏଜେଣ୍ଡା ଥିବା ବେଳେ ତେଲେଙ୍ଗାନାବାସୀଙ୍କ ପ୍ରକୃତ ସଶକ୍ତିକରଣ ପାଇଁ ବିଜେପି ଉଦ୍ୟମ କରିବାକୁ ଲକ୍ଷ୍ୟ ରଖିଛି ।
ମୁଖ୍ୟମନ୍ତ୍ରୀ କେସିଆର ଏବଂବିଆରଏସଙ୍କ ମିଥ୍ୟାକୁ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯ, କରିମନଗରକୁ ସମ୍ରାଟ ସିଟିରେ ପରିଣତ କରିବାର ପ୍ରତିଶୃତି ହେଉ କିମ୍ବା କାଲେଶ୍ୱରମ ଲିଫଟ ଜଳସେଚନ ପ୍ରକଳ୍ପର ଲାଭ ହେଉ, ବିଆରଏସ ସରକାର ଏହାକୁ ପୂରଣ କରିବାରେ ବିଫଳ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଭାନୁ/ବନ୍ଦନା/ସମନ୍ୱୟ
