ଜମ୍ମୁ, 20 ଅଗଷ୍ଟ (ହି.ସ.)- ଜମ୍ମୁ କାଶ୍ମୀରର
ଡୋଡା ଜିଲ୍ଲାରେ ବୁଧବାର ଦିନ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପରେ କୌଣସି
ପ୍ରକାରର କ୍ଷତି ହେବାର କୌଣସି ସୂଚନା ମିଳିନାହିଁ।
ଜାତୀୟ ଭୂକମ୍ପ ବିଜ୍ଞାନ
କେନ୍ଦ୍ରଅନୁଯାୟୀ, ବୁଧବାର ସକାଳେ ଜମ୍ମୁ କାଶ୍ମୀରର ଡୋଡା ଅଞ୍ଚଳରେ ରିକ୍ଟର୍ ସ୍କେଲରେ
୩.୫ ତୀବ୍ରତାର ଭୂକମ୍ପ ଆସିଥିଲା। ଏହି ଭୂକମ୍ପର କେନ୍ଦ୍ର ଡୋଡା ଅଞ୍ଚଳରେ ଭୂପୃଷ୍ଠ ଠାରୁ ୫
କି.ମି. ତଳେ ଥିଲା। ଭୂକମ୍ପ ପରେ କୌଣସି ଆକସ୍ମିକ କ୍ଷତି ବା ଅନ୍ୟ କୌଣସି ହାନି ସମ୍ପର୍କରେ
କୌଣସି ସୂଚନା ମିଳିନାହିଁ। ଭୂକମ୍ପର ଝଟ୍କା ଅନୁଭବ ହେବା ମାତ୍ରେ ଲୋକେ ନିଜ ଘର, ଦୋକାନରୁ ବାହାରକୁ ପଳାଇ ଆସିଥିଲେ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
