
ଲକ୍ଷ୍ନୌ, 17 ଅକ୍ଟୋବର (ହି.ସ.) ଆଜି ହେଉଛି ଡକ୍ଟର ସୋନେଲାଲ ପଟେଲଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ସାମାଜିକ ନ୍ୟାୟର ସଶକ୍ତ ବ୍ୟକ୍ତିତ୍ୱ, ଅପନା ଦଳର ପ୍ରତିଷ୍ଠାତା ଡକ୍ଟର ସୋନେଲାଲ ପଟେଲଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି । ଯେଉଁ ସାମାଜିକ ପ୍ରସଙ୍ଗକୁ ନେଇ ସେ ସ୍ୱର ଉଠାଇଥିଲେ, ସେହି ଦିଗରେ ନୂଆ ଭାରତର ବ୍ୟାପକ ପରିବର୍ତ୍ତନ ହୋଇଛି । ଶୋଷିତ ଓ ଉପେକ୍ଷିତଙ୍କ ପାଇଁ ତାଙ୍କର ସଂଘର୍ଷ ଅବିସ୍ମରଣୀୟ ରହିବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
