
ନୂଆଦିଲ୍ଲୀ, 25 ଡିସେମ୍ବର (ହି.ସ.) ଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୁଆରି ସେତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଅବସରରେ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ସେତୁ ଯୋଗାଯୋଗରେ ଉନ୍ନତି ଆଣି ପର୍ଯ୍ୟଟନ ଓ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
ଜୁଆରୀ ସେତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବାରୁ ଗୋଆବାସୀଙ୍କୁ ଅଭିନନ୍ଦନ । ଏହି ପ୍ରମୁଖ ପ୍ରକଳ୍ପ ଉତ୍ତର ଏବଂ ଦକ୍ଷିଣ ଗୋଆ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଆଗାମୀ ଦିନରେ ପର୍ଯ୍ୟଟନ ଏବଂ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ’ ।
ହିନ୍ଦୁସ୍ଥାନ ସମାଚାର /
