ରାୟପୁର, 15 ଜାନୁଆରୀ (ହି.ସ.) ଛତିଶଗଡର ମନେନ୍ଦ୍ରଗଡ-ଚିରମିରି-ଭରତପୁର ଜିଲ୍ଲାର ମନେନ୍ଦ୍ରଗଡରେ ରବିବାର ରାତିରେ ଭୟାବହ ସଡକ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁଙ୍କୁ ନେଇ ଦ୍ରୁତଗତିରେ ଆସୁଥିବା ଏକ ବସ୍ ଭାରସାମ୍ୟ ହରାଇ 3ଜଣଙ୍କ ଉପରେ ମାଡିଯିବା ପରେ ଏକ ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା 15ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଜନକପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଜନକପୁର ଛକ ନିକଟରେ ହୋଇଥିଲା । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର୍ ହୋଇଯାଇଛି । ମୃତାହତଙ୍କୁ ମେଡିକାଲ ପଠାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
