ବିଜାପୁର, ୧୯ ଡିସେମ୍ବର (ହି.ସ.)- ବିଜାପୁର ଜିଲ୍ଲାର ତରେମ ଥାନା ଅନ୍ତର୍ଗତ ଚିନାଗେଲ୍ଲୁର ଗ୍ରାମ ନିକଟ ଜଙ୍ଗଲରେ ନକ୍ସଲ ମୂଳତ୍ପାଟନ ଅଭିଯାନ ମୁତାବକ ମଙ୍ଗଳବାର ସକାଳେ ସର୍ଚ୍ଚ ଅପରେସନରେ ଯାଇଥିବା ସିଆରପିଏଫ ଏବଂ ଏସଟିଏଫ ଯବାନଙ୍କ ମିଳିତ ଟିମ୍ ଓ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ତେବେ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି ।
ସୂଚନା ମୁତାବକ, ମଙ୍ଗଳବାର ସକାଳେ ଯାଇଥିବା ଏହି ଟିମ୍ ଉପରେ ଚିନାଗେଲ୍ଲୁର ଜଙ୍ଗଲରେ ନକ୍ସଲ ମାନେ ଆକ୍ରମଣ କରିଥିଲେ । ଏହି ସଂଘର୍ଷ ବେଳେ ନକ୍ସଲ ମାନେ ସୁରକ୍ଷା ବଳ ଉପରେ (ବିଜିଏଲ) ବ୍ୟାରେଲ ଗ୍ରେନେଡ ଲଂଚର ରେ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ମୃତାହତ ନେଇ କୌଣସି ସୂଚନା ନାହିଁ । ଯବାନ ମାନଙ୍କ ପାଲଟା ଜବାବରେ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ଯବାନ ମାନେ ତଲାସୀ ଅଭିଯାନ ବେଳେ ଘଟଣାସ୍ଥଳରୁ ୫ଟି ବିଜିଏଲ ଜବତ କରିଛନ୍ତି ।
ବିଜାପୁର ଏସପି ଅଞ୍ଜନେୟ ବାଷ୍ଣେୟ ଏନେଇ ସୂଚନା ଦେଇ କହିଛନ୍ତି ଯେ, ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
