ନୂଆଦିଲ୍ଲୀ, ୨୨ ଅଗଷ୍ଟ(ହି.ସ.) – ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡ଼ୁ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଂଟ(ରାଜଗ)ର ଉପରାଷ୍ଟ୍ରପତି ପଦ ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କୁ ସମର୍ଥନ କରିଛନ୍ତି। ସେ ଶୁକ୍ରବାର ଦିନ ଟିଡିପି ସାଂସଦ ସହିତ ନୂଆଦିଲ୍ଲୀରେ ସି.ପି. ରାଧାକୃଷ୍ଣଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ପରେ ଗଣମାଧ୍ୟମ ସହିତ ଆଲୋଚନାରେ ଚନ୍ଦ୍ରବାବୁ ନାୟଡ଼ୁ କହିଛନ୍ତି ଯେ ସି.ପି. ରାଧାକୃଷ୍ଣନ ଉପରାଷ୍ଟ୍ରପତି ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ଅଟନ୍ତି। ତେଲଗୁ ଦେଶମ ପାର୍ଟି(ଟିଡିପି) ଏନ୍ଡିଏରେ ସାମିଲ ଅଛନ୍ତି, ତେବେ କିପରି ତାଙ୍କ ପ୍ରର୍ଥୀଙ୍କ ସମର୍ଥନ କରାଯିବ ନାହିଁ। ସେ କହିଛନ୍ତି ଯେ ତେଲୁଗୁ ଦେଶମ ପାର୍ଟି ତେଲୁଗୁ ସମୁଦାୟ ପାଇଁ। ଏହା ଏକ ଅଲଗା ବିଷୟ। ଆମେ ମେଂଟରେ ଅଛୁ। ଆମର ପାର୍ଟି ଉପରେ ବିଶ୍ୱାସନୀୟତା ଅଛି।
ସେ କହିଛନ୍ତି ଯେ ପାର୍ଟି ପାଂଚ ଦଶକ ହେଲା ଲୋକଙ୍କ ଭରସା ଜିତିଛି। ସି.ପି. ରାଧାକୃଷ୍ଣନ ସର୍ବଶ୍ରେଷ୍ଠ ପ୍ରାର୍ଥୀ ଅଟନ୍ତି, ଯାହାଙ୍କୁ ସମସ୍ତେ ସମର୍ଥନ କରିବା ଦରକାର। ଏନ୍ଡିଏ ପାଖରେ ବହୁମତ ଅଛି। ଉପରାଷ୍ଟ୍ରପତିଙ୍କ ବହୁତ ସମ୍ମାନଜନକ ପଦ ଅଛି। ବିରୋଧିଙ୍କୁ ଏନ୍ଡିଏର ପ୍ରାର୍ଥୀଙ୍କ ସମର୍ଥନ କରିବା ଦରକାର ଥିଲା। ତାଙ୍କ ପାଖରେ ବହୁମତ ମଧ୍ୟ ନାହିଁ। ବିରୋଧିଙ୍କ ଏହି ରାଜନୀତି ଅଛି, କିନ୍ତୁ ଆମେ ଏଠାରେ ରାଜନୀତି କରୁନାହୁଁ। ଆମ ପାଖରେ ବହୁମତ ଅଛି, ଆମେ ଆରାମରେ ଜିତିବାକୁ ଯାଉଛୁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
…………………………………
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି
