ପ୍ୟାରିସ, 10 ଜାନୁଆରୀ (ହି.ସ.) ସମଲିଙ୍ଗୀ ଗ୍ରୋବ୍ରିୟଲ ଅଟଳ ହେଲେ ଫ୍ରାନ୍ସର ସବୁଠୁ କମ୍ ବୟସର ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ମୈନୁଏଲ ମୈକ୍ରୋଂ ମଙ୍ଗଳବାର ଦିନ 34ବର୍ଷୀୟ ଶିକ୍ଷାମନ୍ତ୍ରୀ ଗ୍ରୋବ୍ରିୟଲ ଅଟଳ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଗ୍ରୋବ୍ରିୟଲ ଅଟଳ ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ଅଟନ୍ତି । ମୈକ୍ରୋଂ ଏଲିଜାବେଥଙ୍କୁ ହଟାଇ ପ୍ରଧାନମନ୍ତ୍ରୀ ଭାବେ ନୂଆ ଚେହେରା ଭାବେ ସୁଯୋଗ ଦେଇଛନ୍ତି ।
ଫ୍ରାନ୍ସରେ ବର୍ଷର ଶେଷରେ ହେବାକୁ ଥିବା ୟୁରୋପୀୟ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଂ ନିଜର ଶୀର୍ଷ ଟିମରେ ପରିବର୍ତ୍ତନ କରି ପ୍ରସ୍ତୁତି କରୁଛନ୍ତି । ଯାହାଦ୍ୱାରା ବିରୋଧୀ ଦଳଠାରୁ ଭଲ ପ୍ରଦର୍ଶନ କରିପାରିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
