ଗୌହାଟୀ, ୩୧ ଅକ୍ଟୋବର (ହି.ସ.)- ଗୌହାଟୀରେ କୋଠାରୁ ଖସିପଡି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସହରର ଆଦାବାଡି ଅଂଚଳରେ ଏହି ଅଘଟଣ ଘଟିଛି ।
ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଗୋକୁଳ ନିବାସ ନାମକ କୋଠାର ସପ୍ତମ ମହଲାରୁ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କିପରି ଓ କେଉଁ ପରିସ୍ଥିତିରେ ସେ କୋଠାରୁ ତଳକୁ ଖସି ପଡିଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ପୋଲିସ ଏନେଇ ତଦନ୍ତ କରୁଛି । ତଦନ୍ତ ପରେ ଏହା ସ୍ପଷ୍ଟ ହେବ । ମୃତ ବାଳିକା ଜଣକ ବୋରଝାର ସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଛାତ୍ରୀ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
