ନୂଆଦିଲ୍ଳୀ, ୧୬ ଅକ୍ଟୋବର (ହି.ସ.) – କେନ୍ଦ୍ର ଗୃହ ଓ ସହଯୋଗ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଏହା ଆଧ୍ୟାତ୍ମିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ୧୯୪୭ ପରଠାରୁ ପ୍ରଥମ ଥର ପାଇଁ ଚଳିତ ବର୍ଷ କାଶ୍ମୀରର ଐତିହାସିକ ଶାରଦା ମନ୍ଦିରରେ ନବରାତ୍ର ପୂଜା ଆୟୋଜିତ ହୋଇଛି ।
ଏାହା ସୋମବାର କହିଛନ୍ତି ଯେ, ଚଳିତ ବର୍ଷ ଚୈତ୍ର ନବରାତ୍ରୀ ଅବସରରେ ପୂଜାପାଠ କରାଯାଇଥିଲା ଏବଂ ବର୍ତମାନ ଶାରଦୀୟ ନବରାତ୍ର ଅବସରରେ ପୂଜାର ମନ୍ତ୍ର ମନ୍ଦିରରେ ସ୍ୱର ଉଠାଉଛି । ଏହା ଦର୍ଶାଏ ଯେ, ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରି ଆସୁଛି ।
ଶାହା କହିଛନ୍ତି ଯେ, ମାର୍ଚ୍ଚ ୨୩, ୨୦୨୩ରେ ସେ ଏହି ମନ୍ଦିର ଖୋଲିବାର ସୌଭାଗ୍ୟ ପାଇଛନ୍ତି । ଏହା କେବଳ ଉପତ୍ୟାକାକୁ ଶାନ୍ତି ପ୍ରତ୍ୟାବର୍ତନର ପ୍ରତୀକ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଲୋ ପୁନଃ ଜାଗ୍ରତ ହେବାର ପ୍ରତୀକ ଅଟେ ।
ହିନ୍ଦୁସ୍ଥାନ ସମାଚାର/ଭାନୁ/ସମନ୍ୱୟ
