ଡେରାଡୁନ 1 ନଭେମ୍ବର
(ହି.ସ)-ଉତ୍ତରାଖଣ୍ଡର ଚମୌଲିଜିଲ୍ଲା ସ୍ଥିତ
ବିଶ୍ୱ ଏୈତିହ୍ୟ ସ୍ଥଳ ପ୍ରସିଦ୍ଧ ଫୁଲ ଉପତ୍ୟକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି।ଏବେ
ଆଗାମୀ ବର୍ଷ 1 ଜୁନ ରେ ଫୁଲ ଉପତ୍ୟକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।ଚଳିତବର୍ଷ 1 ଜୁନରୁ 31
ଅକ୍ଟୋବର ପର୍ଯ୍ୟନ୍ତ ମୋଟ 15,924 ପର୍ଯ୍ୟଟକ ଫୁଲ ଉପତ୍ୟକା ପରିଦର୍ଶନ କରିଛନ୍ତି,ଯେଉଁଥିରେ
416 ବିଦେଶୀ ପର୍ଯ୍ୟଟକ ମଧ୍ୟ ସାମିଲ ଅଛନ୍ତି।ଏହି ସମୟରେ ନନ୍ଦା ଦେବୀ ରାଷ୍ଟ୍ରୀୟ ପାର୍କ
ପ୍ରଶାସନରୁ 33 ଲକ୍ଷ ଟଙ୍କା ଆମଦାନୀ ମଧ୍ୟ ହୋଇଛି।ସମୁଦ୍ର ପତନଠାରୁ 3658 ମିଟର ଉଚ୍ଚତାରେ
ଅବସ୍ଥିତ ଫୁଲ ଉପତ୍ୟକାରେ ପ୍ରାୟ 500ରୁ ଅଧିକ ପ୍ରଜାତିର ଫୁଲ ମିଳିଥାଏ।ଫୁଲ ଉପତ୍ୟକା
ପ୍ରତିବର୍ଷ 1 ଜୁନରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଏ ଏବଂ 31 ଅକ୍ଟୋବରରେ ବନ୍ଦ କରାଯାଏ।ଚଳିତ
ବର୍ଷ ଏହା 15924 ପର୍ଯ୍ୟଟକ ପରିଦର୍ଶନ କରିଛନ୍ତି।ରେଞ୍ଜର ଚେତନା କାଣ୍ଡପାଲ କହିଛନ୍ତି ଯେ ଗତ
ବର୍ଷ ତୁଳନାରେଏଥର କମ ପର୍ଯ୍ୟଟକ ଫୁଲ ଉପତ୍ୟକା ପରିଦର୍ଶନ କରିଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
