ଲକ୍ଷ୍ନୌ, 8 ଅଗଷ୍ଟ (ହି.ସ.)
– ଉତ୍ତର ପ୍ରଦେଶରେ ଗତ କିଛି ଦିନ ଧରି ଅବିରତ ବର୍ଷା ହେଉଛି। 20 ରୁ ଅଧିକ
ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ପ୍ରବଳ ବର୍ଷା କାରଣରୁ ଲକ୍ଷ୍ନୌରେ ଶିକ୍ଷାନୁଷ୍ଠାନ
ବନ୍ଦ ରହିଛି । ସେହିପରି ଜୌନପୁର ଜିଲ୍ଲାରେ ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯାଇଛି।
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ସାରା ଦିନ ବର୍ଷା ହେଇଥିଲା। ସନ୍ଧ୍ୟା
ସମୟରେ କିଛି ଘଣ୍ଟା ପାଇଁ ବର୍ଷା ବନ୍ଦ ହେଲେ ମଧ୍ୟ, ବିଳମ୍ବିତ ରାତିରୁ ପୁଣି ବର୍ଷା ଆରମ୍ଭ ହୋଇଥିଲା ଯାହା ଲାଗାତାର ଚାଲିଛି । ବର୍ଷା ସ୍ଥିତିକୁ ଦେଖି ଲକ୍ଷ୍ନୌ ଜିଲ୍ଲାପାଳ ସମସ୍ତ
ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଆମେଠି, ସୁଲତାନପୁର ଜିଲ୍ଲାଗୁଡିକରେ ମଧ୍ୟ ପ୍ରବଳ ବର୍ଷା ସହ ପବନ ଓ ଘଡଘଡି ମାରୁଛି । ଜୌନପୁରରେ ପ୍ରବଳ
ବର୍ଷା ଯୋଗୁ ସହରରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
