ନୂଆଦିଲ୍ଲୀ, 4 ଜାନୁଆରୀ (ହି.ସ.) ଶସ୍ତା ବିମାନ ସେବା ଉପଲବ୍ଧ କରାଉଥିବା କମ୍ପାନୀ ଇଣ୍ଡିଗୋ ଏଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ମୂଲ୍ୟରେ ହ୍ରାସ ପରେ ଇନ୍ଧନ ଶୁଳ୍କ ଆଦାୟ ବନ୍ଦ କରିବାକୁ ଘୋଷଣା କରିଛି । ଏୟାରଲାଇନ୍ସର ଏହି ପଦକ୍ଷେପ ଫଳରେ ଟିକେଟ ମୂଲ୍ୟ କମ୍ ହେବା ସହ ବିମାନ ଯାତ୍ରା ଶସ୍ତା ହେବାର ଆଶା ଦେଖାଦେଇଛି ।
କମ୍ପାନୀ ଗୁରୁବାର ଜାରି ଏକ ବୟାନରେ କହିଛି ଯେ, ଇଣ୍ଡିଗୋ ପକ୍ଷରୁ 2024 ଜାନୁୟାରୀ 4 ତାରିଖରେ ଟିକେଟ୍ ଉପରେ ଇନ୍ଧନ ଶୁଳ୍କ ଆଦାୟ ବନ୍ଦ କରିଦିଆଯାଇଛି । ଏୟାରଲାଇନ୍ସ ମୁତାବକ ନିକଟରେ ଏଟିଏଫ ଦାମ ହ୍ରାସ କାରଣରୁ ଇନ୍ଧନ ଶୁଳ୍କ ପ୍ରତ୍ୟାହୃତ କରାଯାଇଛି । ଟିକେଟ୍ ଉପରେ ଏହି ଇନ୍ଧନ ଶୁଳ୍କ ଏୟାରଲାଇନ୍ସର ଘରୋଇ ଅନ୍ତର୍ଜାତୀୟ ଉଡାଣ ଉପରେ ଲାଗୁଥିଲା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
