
ନୂଆଦିଲ୍ଲୀ, 20 ଅଗଷ୍ଟ (ହି.ସ.)- କେନ୍ଦ୍ର
ସରକାର ବୁଧବାର ଦିନ ଲୋକସଭାରେ ତିନିଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ କରିବାକୁ
ଯାଉଛନ୍ତି। ଏହି ବିଧେୟକଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଯଦି ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟ ମନ୍ତ୍ରୀ, କୌଣସି
ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ରଶାସିତ ପ୍ରଦେଶର ମନ୍ତ୍ରୀଙ୍କୁ ଗଭୀର ଆପରାଧିକ
ମାମଲାରେ 30 କିମ୍ବା ତାହାଠାରୁ ଅଧିକ ଦିନ ପାଇଁ ଗିରଫ କିମ୍ବା ଜେଲକୁ ପଠାଯାଏ, ତେବେ ସେମାନଙ୍କୁ ସେମାନଙ୍କର ପଦବୀରୁ ବରଖାସ୍ତ କରାଯାଇପାରିବ।
ଏହି ବିଧେୟକଗୁଡ଼ିକ ହେଲା,
କେନ୍ଦ୍ରଶାସିତ ପ୍ରଦେଶ (ସଂଶୋଧନ) ବିଧେୟକ, 2025, ସଂବିଧାନ (130ତମ ସଂଶୋଧନ) ବିଧେୟକ, 2025, ଜମ୍ମୁ-କାଶ୍ମୀର
ପୁନର୍ଗଠନ (ସଂଶୋଧନ) ବିଧେୟକ, 2025 ।
କେନ୍ଦ୍ରୀୟ ଗୃହମନ୍ତ୍ରୀ
ଅମିତ ଶାହ ଏହି ତିନିଟି ବିଧେୟକକୁ ସଂସଦର ଯୁଗ୍ମ କମିଟିକୁ ପଠାଇବା ପାଇଁ ଲୋକସଭାରେ ଗୋଟିଏ
ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିବେ। ଏହି ବିଧେୟକଗୁଡିକ ବିରୋଧୀ ଦଳର ତୀବ୍ର ବିରୋଧ ସମ୍ମୁଖୀନ
ହେବାର ସମ୍ଭାବନା ଅଛି। କଂଗ୍ରେସ ଅଭିଯୋଗ କରିଛି ଯେ, ବିଜେପି ସରକାର ବିରୋଧୀଙ୍କୁ ଅସ୍ଥିର କରିବାକୁ ଏହି ନୂତନ ଆଇନ ଆଣିଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
