
ଗାନ୍ଧିନଗର, ୧୨ ଡିସେମ୍ବର (ହି.ସ.)- ଭାଇବ୍ରାଂଟ ଗୁଜୁରାଟ ସର୍ବଭାରତୀୟ ସମ୍ମିଳନୀ -୨୦୨୪ ପୂର୍ବରୁ ଗୁଜୁରାଟର ଇଣ୍ଡଷ୍ଟ୍ରିୟାଲ ଏବଂ ମେନୁଫେକଚରିଂ କାପାସିଟିକୁ ପ୍ରଦର୍ଶିତ କରିବା ପାଇଁ ରାଜ୍ୟ ସରକାର ଡିସେମ୍ବର ୧୨ ତାରିଖ ଅର୍ଥାତ୍ ଆଜି ଜୟପୁରରେ ଏକ ରୋଡ ସୋ ର ଆୟୋଜନ କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଘବଜୀ ପଟେଲ ଏହାର ନେତୃତ୍ଵ ନେବେ ଏବଂ ଜୟପୁରରେ ଆୟାଜିତ ଏହି ସଭାକୁ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
