
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.) ଆଜି ହେଉଛି ଅରୁଣ ଜେଟଲିଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ବିଦ୍ୱାନ ଓ ପ୍ରଖର ବକ୍ତା, କୁଶଳ ରାଜନେତା, ଦେଶର ପୂର୍ବତନ ଅର୍ଥମନ୍ତ୍ରୀ, ପଦ୍ମ ବିଭୂଷଣ ଅରୁଣ ଜେଟଲିଙ୍କ ପୁଣ୍ୟତିଥି ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଅକାଟ୍ୟ ତର୍କ, ସରଳ ସ୍ୱଭାବରେ ସେ ସମସ୍ତଙ୍କ ହୃଦୟକୁ ଜିତିପାରୁଥିଲେ । ତାଙ୍କର ଅଭାବ ଆମ ସମସ୍ତଙ୍କୁ ସର୍ବଦା ଅନୁଭବ ହେବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
