ଜମ୍ମୁ, ୨୮ ଜାନୁଆରୀ :- ଜମ୍ମୁ-କାଶ୍ମିରରେ ଆଗାମୀ ୨୪ ଘଂଟା ମଧ୍ୟରେ ବର୍ଷା ଓ ବରଫପାତ ନେଇ ରବିବାର ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ଶ୍ରୀନଗର । ସେହିପରି ଗୁଲମର୍ଗର ସ୍କି ରିସୋର୍ଟ ସହିତ କେତେକ ସ୍ଥାନରେ ହାଲକା ବର୍ଷା ଏବଂ ବରଫପାତ ସହିତ ଆକାଶରେ ବାଦଲ ଛାଇ ହୋଇ ରହିଛି । ଯାହାଦ୍ଵାରା କାଶ୍ମୀର ଘାଟିର କେତେକ ସ୍ଥାନରେ ନ୍ୟୁନତମ ତାପମାତ୍ରାରେ ସୁଧାର ପରିଲକ୍ଷିତ ହୋଇଛି।
ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ରବିବାର ଠାରୁ ଜମ୍ମୁ-କାଶ୍ମିରର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବରଫପାତ ହେବା ନେଇ ସମ୍ଭାବନା ରହିଛି । ଏଥି ସହିତ କୁପୱାଡ଼ା, ବାରାମୁଲା, ବାଂଦିପୋରା, ଗାନ୍ଦରବଲ, ଶୋପିୟାଂ, ଅନନ୍ତନାଗ ଏବଂ କୁଲଗାମ ଜିଲ୍ଲା ସହିତ କାଶ୍ମୀର ଡିଭିଜନ୍ ର ପୃଥକ୍ ପୃଥକ୍ ଉଚ୍ଚ ଇଲାକାରେ ଭୀଷଣ ବରଫପାତ ହେବ ।
