ନୂଆଦିଲ୍ଲୀ, 18 ଅକ୍ଟୋବର ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟର ସେସନ୍ସ କୋର୍ଟ ଦୁଷ୍କର୍ମ ଅଭିଯୋଗ ମାମଲାରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନାୱାଜ ହୁସେନଙ୍କ ବିରୋଧରେ ଅତିରିକ୍ତ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଜାରି କରାଯାଇଥିବା ସମନକୁ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ଅଭିଯୋଗକାରୀ ମହିଳାଙ୍କୁ ସେସନ୍ କୋର୍ଟ ଏକ ନୋଟିସ୍ ଜାରି କରିଛନ୍ତି ଏବଂ ନଭେମ୍ବର 8 ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାହନାୱାଜ ହୁସେନ୍ ତାଙ୍କ ବିରୋଧରେ ଜାରି ହୋଇଥିବା ସମନକୁ ସେସନ୍ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ଅକ୍ଟୋବର 11ରେ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ ବୈଭବ ମେହେଟ୍ଟା ସମନ ଜାରି କରି ବିଜେପି ନେତା ଶାହନାୱାଜ ହୁସେନଙ୍କୁ ଅକ୍ଟୋବର 20ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଦିଲ୍ଲୀ ପୋଲିସର କ୍ୟାନସଲେନସ ରିପୋର୍ଟକୁ କୋର୍ଟ ଖାରଜ କରିବା ସହ ଅଭିଯୋଗକୁ ଗ୍ରହଣ କରି ସମନ ଜାରି କରିଥିଲେ । ଏହି ମାମଲାରେ ଅଭିଯୋଗକାରୀ ମହିଳା ଦିଲ୍ଲୀ ପୋଲିସର ରିପୋର୍ଟକୁ ବିରୋଧ କରି ପିଟିସନ ଦାୟର କରିଥିଲେ।
ମହିଳା ଜଣକ ଅଭିଯୋଗ ଆଣିଛନ୍ତି ଯେ, 2018ରେ ଶାହାନୱାଜ ତାଙ୍କୁ ଏକ ଫାର୍ମ ହାଉସକୁ ନେଇଯିବା ସହ ତାଙ୍କୁ କିଛି ନିଶା ଖୁଆଇ ଦୁଷ୍କର୍ମ କରିଥିଲେ ।
