୧.୧୩ କୋଟି ଭୋଟର ୯୧ ପ୍ରାର୍ଥୀଙ୍କ ଭାଗ୍ୟ କରିବେ ସ୍ଥିର
ଭୋପାଳ, ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶର ୬ଟି ଲୋକସଭା ଆସନ – ସିଦ୍ଧୀ, ଶହଡୋଲ, ମଣ୍ଡଲା, ବାଲଘାଟ, ଜବଲପୁର ଏବଂ ଛିଣ୍ଡବାଡା ପାଇଁ ଆଜି ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ହେବ । ବାଲଘାଟର ନକ୍ସଲ ପ୍ରଭାବିତ ବୈହର, ଲାଂଜୀ ଏବଂ ପରସବାଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ଘଂଟା ପୂର୍ବରୁ ମତଦାନ ଶେଷ ହେବ । ଶାନ୍ତିପୂର୍ଣ୍ଣ ଭୋଟ୍ ନିଶ୍ଚିତ କରିବାକୁ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ, ରାଜ୍ୟ ସଶସ୍ତ୍ର ବାହିନୀ, ଜିଲ୍ଲା ପୋଲିସ୍ ଫୋର୍ସ ଏବଂ ହୋମ ଗାର୍ଡ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୧.୧୩ କୋଟି ଭୋଟର ସେମାନଙ୍କ ପ୍ରତିନିଧି ଚୟନ କରିବେ । ୯୧ ପ୍ରାର୍ଥୀ ଏହି ୬ଟି ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଥିମଧ୍ୟରୁ ୧୯ ଜଣ ପ୍ରାର୍ଥୀ ଜବଲପୁରରେ, ୧୭ ଜଣ ସିଦ୍ଧିରେ, ୧୦ ଜଣ ଶହଡୋଲରେ, ୧୬ ଜଣ ବାଲଘାଟରେ, ୧୪ ଜଣ ମଣ୍ଡଲାରେ ଏବଂ ୧୫ ଜଣ ଛିନ୍ଦବାଡାରେ ଅଛନ୍ତି ।
