ଫରିଦାବାଦ, 20 ଅକ୍ଟୋବର : ଫରିଦାବାଦରେ ଲମ୍ବିଛି ନିଶା କାରବାରର ଚେର । ନିଶା କାରବାର ଅଭିଯୋଗରେ ଫରିଦାବାଦ ପୋଲିସ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ 42 କିଲୋଗ୍ରାମରୁ ଅଧିକ ବେଆଇନ ମାଦକ ଦ୍ରବ୍ୟ ଜବତ କରିଛି ପୋଲିସ । ଏନେଇ କ୍ରାଇମ ଏସିପି ଅମନ ଯାଦବ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଅମର ସିଂହ, ସୁବେ ସିଂହ, ଗୁଡ୍ଡୁ, ଶୈଳେନ୍ଦ୍ର କୁମାର । ଅମର ଓ ସୁବେ ଦୁଇ ଭାଇ ହୋଇଥିବା ବେଳେ ଏମାନେ ମଲୁକା ଗାଁର ବାସିନ୍ଦା । ସେହିପରି ଗୁଡ୍ଡୁ ଓ ଶୈଳେନ୍ଦ୍ର ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡିଛି । ବିଶ୍ୱ ସୂତ୍ରରୁ ପୋଲିସ ସେମାନଙ୍କୁ ଗିରଫ କରିଛି । ପ୍ଲାଷ୍ଟିକ ଅଖାରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିବା ବେଳେ ମାଡିବସିଥିଲା ପୋଲିସ । ପୋଲିସ ସେମାନଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ।
