ମୁମ୍ବାଇ, ୧୨ ଫେବୃଆରୀ – ଏଂଟି ଟେରୋରିଷ୍ଟ ସ୍କ୍ୱାଡ୍ (ଏଟିଏସ) ଟିମ୍ ମୁମ୍ବାଇରେ ତିନୋଟି ପୃଥକ୍ ପୃଥକ୍ ସ୍ଥାନରେ ଅବୈଧ ଭାବେ ରହୁଥିବା ୬ ବାଙ୍ଗଲାଦେଶୀ ନାଗରିକଙ୍କୁ ଗିରଫ କରିଛି । ତନ୍ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି ।
ସୂଚନା ଅନୁଯାୟୀ, ମୁମ୍ବାଇର ବିଭିନ୍ନ ଅଂଚଳରେ ବାଙ୍ଗଲାଦେଶୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଏଟିଏସ ଟିମ୍ ମୁମ୍ବାଇ ପୋଲିସ ସହିତ ଶନିବାର ରାତିରେ ବାଡିବଂଦର ର ବିପିଟି ରୋଡରୁ ୩୬ ବର୍ଷିୟା ମହିଳା ଅମିନା ଶେଖ୍ କୁ ଗିରଫ କରିଛି । ତାକୁ ପଚରା ଉଚୁରା ପରେ ଏଟିଏସ ଟିମ୍ ରବିବାର ଅନ୍ୟ ୫ ଜଣ ବାଙ୍ଗଲାଦେଶୀ ନାଗରିକଙ୍କୁ ଗିରଫ କରିଛି ।
