
ଭୁବନେଶ୍ୱର, 26 ନଭେମ୍ବର (ହି.ସ.) ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇଛନ୍ତି ରାଜ୍ୟପାଳ ରଘୁବର ଦାସ ।
ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଦେଶର ରକ୍ଷା ପାଇଁ ପ୍ରାଣବାଳୀ ଦେଇଥିବା ସମସ୍ତ ଯବାନ ଓ ନାଗରିକଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
