
ଜୋହୋର ବାହରୁ, 3 ନଭେମ୍ବର (ହି.ସ.) ଭାରତୀୟ ପୁରୁଷ ହକି ଟିମ୍ 11ତମ ସୁଲତାନ ଜୋହୋର କପ-2023ର ସେମିଫାଇନାଲରେ ଜର୍ମାନୀ ବିରୁଦ୍ଧରେ ଖେଳିବ । ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ଦମଦାର ପ୍ରଦର୍ଶନ କରିଥିବା ବେଳେ ଏବେ ପର୍ଯ୍ୟନ୍ତ କୌଣସି ମ୍ୟାଚରେ ହାରିନାହିଁ । ପାକିସ୍ତାନ ବିପକ୍ଷ ନିଜର ପ୍ରଥମ ମ୍ୟାଚରେ ଭାରତ 3-3ରେ ରୋମାଞ୍ଚକ ଡ୍ର ହାସଲ କରିଥିଲା ।
ଜର୍ମାନୀ ହେଉଛି ଏକ ପ୍ରମୁଖ ଦଳ ଯାହାକି ଆଗାମୀ ଏଫଆଇଏଚ ହକି ପୁରୁଷ ଜୁନିୟର ବିଶ୍ୱକପ 2023ରେ ଅଂଶଗ୍ରହଣ କରିବ ଏବଂ ଇଣ୍ଡିଆନ୍ କୋଲ୍ଟସ୍ ସୁଲତାନ ଜୋହର କପ୍ ଟାଇଟଲ୍ ସୁଲତାନକୁ ରକ୍ଷା କରିବା ପାଇଁ ୟୁରୋପୀୟ ହକି ଟିମ ପରାସ୍ତ କରିବାକୁ ସଂକଳ୍ପବଦ୍ଧ ।
ଅଧିନାୟକ କହିଛନ୍ତି ଯେ, “ଆସନ୍ତା ଜୁନିୟର ବିଶ୍ୱକପ ପାଇଁ ଆମର ପ୍ରସ୍ତୁତିରେ ଜର୍ମାନୀକୁ ପରାସ୍ତ କରିବା ଆମ ପାଇଁ ମନୋବଳ ବୃଦ୍ଧି କରିବ। ଆଜି ସନ୍ଧ୍ୟାରେ ଭାରତ-ଜର୍ମାନୀ ମୁକାବିଲା ହେବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
