ମୁମ୍ବାଇ, ୧୧ ନଭେମ୍ବର (ହି.ସ.)- ପୁନେ ଜିଲ୍ଲାରେ ମୁମ୍ବାଇ- ସୋଲାପୁର ହାଇ-ୱେ ର ଜାଂବୁଲବାଡି ଦାରି ପୋଲ ଉପରେ ଏକ କଂଟେନର ଭାରସାମ୍ୟ ହରାଇ ୫ ଗାଡିକୁ ଧକ୍କା ଦେଇ ଓଲଟି ପଡିଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଖବର ପାଇ ହାଇ-ୱେ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ପୁନେ ସିଭିଲ ହସ୍ପିଟାଲରେ ଭର୍ତି କରିଛି । କଂଟେନର ଟି ଦୃତ ଗତିରେ ସୋଲାପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ଶନିବାର ଭୋର୍ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
