ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ୨୬/୧୧
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହୀଦ ସମସ୍ତ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ମୁମ୍ବାଇ 26/11 ଆତଙ୍କବାଦୀ
ଆକ୍ରମଣରେ ଜୀବନ ହରାଇଥିବା ନିର୍ଦୋଷ ନାଗରିକମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ
ଏହି ଆକ୍ରମଣରେ ଜୀବନ ବଲିଦାନ କରିଥିବା ସୁରୂ ଯୋଦ୍ଧି ଓ ସୁରକ୍ଷାବଳଙ୍କର ସାହସ ଓ ବଳିଦାନକୁ ସଲାମ୍
ଜଣାଉଛି।
ଆତଙ୍କବାଦ ସମଗ୍ର
ମାନବଜାତି ପାଇଁ ଏକ ଗଭୀର ଆଘାତ। ଆମେ ଆତଙ୍କବାଦ ବିରୋଧରେ ‘ଶୂନ୍ୟ ସହିଷ୍ଣୁତା’ ନୀତି ଅଵଲମ୍ବନ କରିଛୁ। ଏହି ନୀତି ଆମ ଦେଶର ସୁରକ୍ଷାକୁ ଆହୁରି
ସୁଦୃଢ଼ କରେ ଏବଂ ସାରା ବିଶ୍ୱକୁ ଏହି ସନ୍ଦେଶ ଦେଇଥାଏ ଯେ—ଭାରତ ଆତଙ୍କବାଦ ବିଷୟରେ କେବେ କୌଣସି ପ୍ରକାରର ବୁଝାମଣା କରିବ
ନାହିଁ।
ଆସନ୍ତୁ, ଆମେ ସମସ୍ତ ଭାରତବାସୀ ମିଶି ଏକ ସୁରକ୍ଷିତ ଓ
ଶାନ୍ତିପୂର୍ଣ୍ଣ ରାଷ୍ଟ୍ର ଗଢ଼ିବା, ଯେଉଁଠାରେ ଆତଙ୍କବାଦ
ପାଇଁ କେବେ ମଧ୍ୟ ସ୍ଥାନ ରହିବନାହିଁ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
