• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ୧୧ ବର୍ଷ ଧରି ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଚାଲିଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା- ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ମିଶନ
National

୧୧ ବର୍ଷ ଧରି ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଚାଲିଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା- ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ମିଶନ

CliQ INDIA
Last updated: August 29, 2025 1:26 am
CliQ INDIA
Share
9 Min Read
SHARE

ବିଗତ ୧୧ ବର୍ଷ ମଧ୍ୟରେ ୫୬ କୋଟିରୁ ଅଧିକ ଜନଧନ ଖାତା ଖୋଲାଯାଇଛି; ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି ଟଙ୍କା: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, ୨୮ ଅଗଷ୍ଟ (ହି.ସ.) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୮ ଅଗଷ୍ଟ ୨୦୧୪ରେ ଆରମ୍ଭ ହୋଇଥିବା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ ଜେଡିୱାଇ) ବର୍ତ୍ତମାନ ଭାରତର ଆର୍ଥିକ ଦୃଶ୍ୟପଟରେ ଯୁଗାନ୍ତକାରୀ ପ୍ରଭାବର ୧୧ ବର୍ଷ ପୂରଣ କରୁଛି। ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ଭାବରେ, ପିଏମ ଜେଡିୱାଇ ଲକ୍ଷ ଲକ୍ଷ ବଞ୍ଚିତ ନାଗରିକଙ୍କ ପାଇଁ ବ୍ୟାଙ୍କିଂ ସୁବିଧାକୁ ପୁନଃପରିଭାଷିତ କରିଚାଲିଛି।

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏହି ଅବସରରେ କହିଛନ୍ତି, ‘‘ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶର ଏକ ପ୍ରମୁଖ ବାହକ। ବ୍ୟାଙ୍କ ଖାତାଗୁଡ଼ିକର ସାର୍ବଜନୀନ ଉପଲବ୍ଧତା ଗରିବ ଏବଂ ବଞ୍ଚିତ ଲୋକମାନଙ୍କୁ ଆନୁଷ୍ଠାନିକ ଅର୍ଥବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଭାବରେ ସାମିଲ ହେବାକୁ ଏବଂ ଏହାର ସୁଯୋଗରୁ ଲାଭ ପାଇବାକୁ ସକ୍ଷମ କରିଥାଏ।’’

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବହାର କରି ବିଭିନ୍ନ ଯୋଜନା ଅଧୀନରେ ସହାୟତା ପ୍ରଦାନ କରିବା, ଋଣ ସୁବିଧା ପ୍ରଦାନ କରିବା, ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ସଞ୍ଚୟ ଓ ନିବେଶ ବୃଦ୍ଧି କରିବା ପାଇଁ ପିଏମ ଜେଡିୱାଇ ଏକ ପ୍ରମୁଖ ମାର୍ଗ ହୋଇଆସିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।

ବିଗତ ୧୧ ବର୍ଷ ମଧ୍ୟରେ, ୫୬ କୋଟିରୁ ଅଧିକ ଜନଧନ ଖାତା ଖୋଲାଯାଇଛି, ଯେଉଁଥିରେ ମୋଟ ୨.୬୮ ଲକ୍ଷ କୋଟି ଟଙ୍କା ଜମା ହୋଇଛି। ଡିଜିଟାଲ କାରବାରକୁ ସହଜ କରିବା ଲାଗି ୩୮ କୋଟିରୁ ଅଧିକ ମାଗଣା ରୂପେ କାର୍ଡ ଜାରି କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ପିଏମ ଜେଡିୱାଇ ଅଧୀନରେ, ୬୭% ଖାତା ଗ୍ରାମୀଣ କିମ୍ବା ଅର୍ଦ୍ଧ-ସହରାଞ୍ଚଳରେ ଖୋଲାଯାଇଛି ଏବଂ ୫୬% ଖାତା ମହିଳାମାନଙ୍କ ନାମରେ ରହିଛି । ଦେଶର ଉପାନ୍ତ ଅଞ୍ଚଳରେ ରହୁଥିବା ଅବହେଳିତ ବ୍ୟକ୍ତିମାନଙ୍କୁ କିପରି ଆନୁଷ୍ଠାନିକ ଆର୍ଥିକ କ୍ଷେତ୍ର ମଧ୍ୟକୁ ଅଣାଯାଇଛି ତାହା ଏଥିରୁ ପ୍ରମାଣିତ ହୋଇଛି ।

କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ପିଏମ ଜେଡିୱାଇ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ସବୁଠାରୁ ସଫଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପଦକ୍ଷେପ ମଧ୍ୟରୁ ଅନ୍ୟତମ ଅଟେ। ଜନଧନ ଯୋଜନା ସମ୍ମାନ, ସଶକ୍ତିକରଣ ଏବଂ ସୁଯୋଗ ଉପରେ ଆଧାରିତ।

ସେ ଆହୁରି କହିଛନ୍ତି, ପ୍ରତ୍ୟେକ ପରିବାରର ଗୋଟିଏ ବ୍ୟାଙ୍କ ଖାତା ରହିବା ଉଚିତ ଏବଂ ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କର ବୀମା ଓ ପେନସନ କଭରେଜ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ୨୦୨୧ ସ୍ୱାଧୀନତା ଦିବସ ଭାଷଣରେ ଘୋଷଣା କରିଥିଲେ । ଦେଶବ୍ୟାପୀ ବିଭିନ୍ନ ସମ୍ପୂର୍ଣ୍ଣତା ଅଭିଯାନ ମାଧ୍ୟମରେ ଏ ଦିଗରେ ନିରନ୍ତର ପ୍ରୟାସ ସହିତ ଆମେ ବ୍ୟାଙ୍କ ଖାତା ଖୋଲିବାରେ ପ୍ରାୟତଃ ପୂର୍ଣ୍ଣତା ହାସଲ କରିପାରିଛୁ ଏବଂ ସାରା ଦେଶରେ ବୀମା ଓ ପେନସନ ସୁବିଧାରେ ନିରନ୍ତର ବୃଦ୍ଧି ଘଟିଛି।

ଅର୍ଥରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଆମେ ଏକ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ କରିଛୁ ଯେଉଁଠାରେ ଦେଶର ପ୍ରତ୍ୟେକ ୨.୭ ଲକ୍ଷ ପଞ୍ଚାୟତରେ ଅତି କମରେ ଗୋଟିଏ ଶିବିର ଅନୁଷ୍ଠିତ ହେବ । ସେଠାରେ ଯୋଗ୍ୟ ବ୍ୟକ୍ତିମାନେ ପିଏମ ଜେଡିୱାଇ ଖାତା ଖୋଲିପାରିବେ, ଜନସୁରକ୍ଷା ଯୋଜନାରେ ନାମାଙ୍କନ କରିପାରିବେ ଏବଂ ସେମାନଙ୍କର ପୁନଃ-କେୱାଇସି କରିପାରିବେ। ଏଥିସହିତ ସେମାନଙ୍କର ବ୍ୟାଙ୍କ ଖାତାରେ ନାମାଙ୍କନ ଅପଡେଟ୍ କରିପାରିବେ। ଆମର ପ୍ରୟାସ ହେଉଛି ସାଧାରଣ ଲୋକଙ୍କ ଦ୍ୱାରଦେଶରେ ଆର୍ଥିକ ସେବା ପହଞ୍ଚାଇବା। ଯଦିଓ ସମ୍ପୂର୍ଣ୍ଣତା ଅଭିଯାନ ୩୦ ସେପ୍ଟେମ୍ବରରେ ଶେଷ ହେବ, ପ୍ରାରମ୍ଭିକ ରିପୋର୍ଟଗୁଡ଼ିକ ଉତ୍ସାହଜନକ ଏବଂ ସେ ସମସ୍ତଙ୍କୁ ଏହି ଅଭିଯାନରୁ ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଅନୁରୋଧ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌଧୁରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ସବୁ ଅଂଶୀଦାର, ବ୍ୟାଙ୍କ, ବୀମା କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ସମର୍ଥନରେ ଆମେ ଅଧିକ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମ୍ପନ୍ନ ସମାଜ ଆଡକୁ ଅଗ୍ରସର ହେଉଛୁ । ପିଏମ ଜେଡିୱାଇକୁ ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିପ୍ଳବ ଆଣିବାରେ ପ୍ରମୁଖ ଯୋଜନା ଭାବେ ମନେ ରଖାଯିବ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ମିଶନ ମୋଡରେ ଚାଲୁଥିବା ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ । ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ହେଲେ ସରକାର କ’ଣ ହାସଲ କରିପାରିବ ତାହା ମଧ୍ୟ ଏହି ଯୋଜନା ପ୍ରଦର୍ଶନ କରେ ବୋଲି ଶ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି।

ଆର୍ଥିକ ଅନ୍ତର୍ଭୂକ୍ତୀକରଣର ବିସ୍ତାର

ଦୃଢ଼ ଆର୍ଥିକ ଅନ୍ତର୍ଭୁକ୍ତିକରଣ ରଣନୀତି ମାଧ୍ୟମରେ ଉପାନ୍ତ ଏବଂ ଆର୍ଥିକ ଭାବରେ ପଛୁଆ ବର୍ଗକୁ ସମର୍ଥନ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପ୍ରତିବଦ୍ଧ। ପିଏମ ଜନ ଧନ ଯୋଜନା ବ୍ୟାଙ୍କ ସେବାରୁ ବଞ୍ଚିତ ପ୍ରତ୍ୟେକ ଲୋକମାନଙ୍କୁ, ଶୂନ୍ୟ ଜମାରାଶି ଏବଂ ରକ୍ଷଣାବେକ୍ଷଣ ଶୁଳ୍କରୁ ମୁକ୍ତ ଏକ ସାଧାରଣ ବ୍ୟାଙ୍କ ଖାତା ପ୍ରଦାନ କରିବା ସୁନିଶ୍ଚିତ କରିଥାଏ।

ପ୍ରତ୍ୟେକ ଖାତାରେ ଗୋଟିଏ ମାଗଣା ରୂପେ ଡେବିଟ୍ କାର୍ଡ ଆସିଥାଏ, ଯାହା ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁରକ୍ଷା ପ୍ରଦାନ କରେ, ଡିଜିଟାଲ୍ କାରବାର ଏବଂ ଆର୍ଥିକ ସୁରକ୍ଷାକୁ ପ୍ରୋତ୍ସାହିତ କରିଥାଏ। ଖାତାଧାରକମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇଁ ମଧ୍ୟ ଯୋଗ୍ୟ ଅଟନ୍ତି ଯାହା ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷା ପ୍ରଦାନ କରିଥାଏ।

ପିଏମଜେଡିୱାଇ ଖାତାର ବୈଶିଷ୍ଟ୍ୟ:

• ସମ୍ପୂର୍ଣ୍ଣ କେୱାଇସି ଅନୁପାଳନକାରୀ ପିଏମଜେଡିୱାଇ ଖାତାରେ ଜମାରାଶି କିମ୍ବା କାରବାର ପରିମାଣର କୌଣସି ପ୍ରତିବନ୍ଧକ ନାହିଁ। ଏହା ଏକ ବିଏସବିଡି ଖାତା। ପିଏମଜେଡିୱାଇ ଖାତାଧାରୀଙ୍କୁ ନିମ୍ନଲିଖିତ ମାଗଣା ସୁବିଧା ପ୍ରଦାନ କରାଯାଇଛି:

o ବ୍ୟାଙ୍କ ଶାଖା ଏବଂ ଏଟିଏମ/ ସିଡିଏମରେ ନଗଦ ଜମା।

o ଯେକୌଣସି ଇଲେକ୍ଟ୍ରୋନିକ୍ ଚ୍ୟାନେଲ ମାଧ୍ୟମରେ କିମ୍ବା କେନ୍ଦ୍ର/ରାଜ୍ୟ ସରକାରୀ ଏଜେନ୍ସି ଏବଂ ବିଭାଗ ଦ୍ୱାରା ବାହାର କରାଯାଇଥିବା ଚେକ୍ ଜମା/ସଂଗ୍ରହ ମାଧ୍ୟମରେ ଟଙ୍କା ପ୍ରାପ୍ତି/କ୍ରେଡିଟ୍।

o ଗୋଟିଏ ମାସରେ କରାଯାଇ ପାରୁଥିବା ଜମା ସଂଖ୍ୟା ଏବଂ ମୂଲ୍ୟ ଉପରେ କୌଣସି ସୀମା ନାହିଁ।

o ଗୋଟିଏ ମାସରେ ସର୍ବନିମ୍ନ ଚାରି ଥର ମାଗଣା ଉଠାଣ, ମେଟ୍ରୋ ଏଟିଏମ ସମେତ ଯେକୌଣସି ଏଟିଏମରେ ଏଟିଏମ ଉଠାଣ ସୁବିଧା। ପରବର୍ତ୍ତୀ ଉଠାଣ ପାଇଁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଶୁଳ୍କ ଆଦାୟ କରାଯାଇପାରିବ।

o ୨ ଲକ୍ଷ ଟଙ୍କାର ଇନବିଲ୍ଟ ଦୁର୍ଘଟଣା ବୀମା କଭରେଜ୍ ସହିତ ମାଗଣା ରୂପେ ଡେବିଟ୍ କାର୍ଡ।

ଦଶ ବର୍ଷରୁ ଅଧିକ ସମୟ ଧରି ପରିବର୍ତ୍ତନ:

ଗତ ୧୧ ବର୍ଷ ଧରି, ପିଏମଜେଡିୱାଇ ଉଭୟ ଯୁଗାନ୍ତକାରୀ ଏବଂ ଦିଗଦର୍ଶନ ଆଧାରିତ ପରିବର୍ତ୍ତନ ଆଣିପାରିଛି । ଏହା ଗରିବ ଏବଂ ଉପାନ୍ତ ଅଞ୍ଚଳର ନାଗରିକମାନଙ୍କୁ ମଧ୍ୟ ସେବା ଯୋଗାଇବା ପାଇଁ ବ୍ୟାଙ୍କିଂ ଇକୋସିଷ୍ଟମକୁ ମଜବୁତ କରିଛି। ଏହି ଯୋଜନା ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି) ପାଇଁ ଏକ ମୂଳଦୁଆ ପାଲଟିଛି, ଯାହା ସରକାରୀ ସବସିଡି ଏବଂ ଦେୟର ସ୍ୱଚ୍ଛ, ଦକ୍ଷ ଏବଂ ଦୁର୍ନୀତିମୁକ୍ତ ବିତରଣକୁ ସକ୍ଷମ କରୁଛି ।

ଜନ ସୁରକ୍ଷା ଯୋଜନା – ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଭଳି ଯୋଜନା ମାଧ୍ୟମରେ ଅସଂଗଠିତ କ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଜୀବନ ଏବଂ ଦୁର୍ଘଟଣା ବୀମା ବିସ୍ତାର କରିବାରେ ପିଏମଜେଡିୱାଇ ଖାତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଜେଏଏମ ତ୍ରୟର ବିଶେଷ ଲାଭ:

ପିଏମଜେଡିୱାଇକୁ ଆଧାର କରି ଜନ-ଧନ-ଆଧାର-ମୋବାଇଲ୍ (ଜାମ) ତ୍ରୟ, ସବସିଡି ବିତରଣ ପାଇଁ ଏକ ପରିବର୍ତ୍ତନକାରୀ ବ୍ୟବସ୍ଥା ଭାବରେ ପ୍ରମାଣିତ ହୋଇଛି। ଜାମ ମାଧ୍ୟମରେ, ସରକାର ଦଲାଲ ଏବଂ ବିଳମ୍ବକୁ ଦୂର କରି କଲ୍ୟାଣକାରୀ ଯୋଜନା ସହାୟତାକୁ ସଫଳତାର ସହିତ ଅନୁନ୍ନତ ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ଥାନାନ୍ତର କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ଅଧୀନରେ ଡିବିଟି ଜରିଆରେ ବ୍ୟାଙ୍କ ଖାତାରେ ୬.୯ ଲକ୍ଷ କୋଟି ଟଙ୍କା ଜମା କରାଯାଇଥିଲା।

ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାର ସମ୍ପୂର୍ଣ୍ଣତା ଅଭିଯାନ (୦୧.୦୭.୨୦୨୫ – ୩୦.୦୯.୨୦୨୫): ବ୍ୟାଙ୍କଗୁଡ଼ିକ ୧ ଜୁଲାଇ, ୨୦୨୫ ରୁ ୩୦ ସେପ୍ଟେମ୍ବର, ୨୦୨୫ ପର୍ଯ୍ୟନ୍ତ କେୱାଇସି ବିବରଣୀ ସଂଶୋଧନ କରିବା, ନୂତନ ଖାତା ଖୋଲିବା ଏବଂ କ୍ଷୁଦ୍ର-ବୀମା ଓ ପେନସନ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ଶିବିର ଆୟୋଜନ କରୁଛନ୍ତି। ବ୍ୟାଙ୍କିଂ ସେବାର ସର୍ବାଧିକ ବ୍ୟବହାର ଏବଂ ନିଷ୍କ୍ରିୟତାକୁ ରୋକିବା ପାଇଁ ଖାତାଧାରୀଙ୍କୁ ଶିକ୍ଷା ଦେବା ଉପରେ ନିରନ୍ତର ଗୁରୁତ୍ୱ ଦିଆଯାଉଛି। ଖାତାଧାରୀଙ୍କ ସହିତ ଯୋଗାଯୋଗ କରି ପିଏମଜେଡିୱାଇ ଅଧୀନରେ ନିଷ୍କ୍ରିୟ ଖାତାଗୁଡ଼ିକୁ ହ୍ରାସ କରିବା ପାଇଁ ବ୍ୟାଙ୍କଗୁଡ଼ିକ ମଧ୍ୟ ପ୍ରୟାସ କରୁଛନ୍ତି। ୧ ଜୁଲାଇ ୨୦୨୫ରେ ଅଭିଯାନ ଆରମ୍ଭ ହେବା ପରଠାରୁ ପ୍ରମୁଖ ଯୋଜନା ଅଧୀନରେ ହିତାଧିକାରୀଙ୍କ ପଞ୍ଜୀକରଣକୁ ସହଜ କରିବା ଏବଂ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ମୋଟ ୧,୭୭,୧୦୨ ଶିବିର ଆୟୋଜନ କରାଯାଇଛି।

ମାଇଲଖୁଣ୍ଟ ଏବଂ ଉପଲବ୍ଧି:

କ. ପିଏମଜେଡିୱାଇ ଖାତା: ୫୬.୧୬ କୋଟି (୧୩ ଅଗଷ୍ଟ ୨୦୨୫)

୧୩ ଅଗଷ୍ଟ ୨୦୨୫ ସୁଦ୍ଧା, ପିଏମଜେଡିୱାଇ ଖାତାର ମୋଟ ସଂଖ୍ୟା ୫୬.୧୬ କୋଟିରେ ପହଞ୍ଚିଛି; ୫୫.୭% (୩୧.୩୧ କୋଟି) ଜନ-ଧନ ଖାତାଧାରୀ ମହିଳା ଏବଂ ୬୬.୭% (୩୭.୪୮ କୋଟି) ଜନ-ଧନ ଖାତା ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ ଅଛି।

ପିଏମଜେଡିୱାଇ ଖାତା ଅଧୀନରେ ଜମା – ୨.୬୮ ଲକ୍ଷ କୋଟି (୧୩ ଅଗଷ୍ଟ ୨୦୨୫ ସୁଦ୍ଧା)

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିୱାଇ) ଖାତା ଅଧୀନରେ ମୋଟ ଜମା ରାଶି ୨,୫୭,୭୫୬ କୋଟି ଟଙ୍କାରେ ପହଞ୍ଚିଛି। ଖାତା ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଥିବାବେଳେ, ମୋଟ ଜମା ପ୍ରାୟ ୧୨ ଗୁଣ ବୃଦ୍ଧି ପାଇଛି। (ଅଗଷ୍ଟ ୨୦୨୫/ ଅଗଷ୍ଟ ୨୦୧୫)

ପ୍ରତି ପିଏମଜେଡିୱାଇ ଖାତାରେ ହାରାହାରି ଜମା – ୪୭୬୮ ଟଙ୍କା (୧୩ ଅଗଷ୍ଟ ୨୦୨୫ ସୁଦ୍ଧା)

୧୩.୦୮.୨୦୨୫ ସୁଦ୍ଧା ପ୍ରତି ଜନଧନ ଖାତାରେ ହାରାହାରି ଜମା ୪,୭୬୮ ଟଙ୍କା ଥିଲା। ପ୍ରତି ଖାତାରେ ହାରାହାରି ଜମା ଅଗଷ୍ଟ ୨୦୧୫ ତୁଳନାରେ ୩.୭ ଗୁଣ ବୃଦ୍ଧି ପାଇଛି। ହାରାହାରି ଜମାରେ ବୃଦ୍ଧି ହେଉଛି ଖାତାର ବର୍ଦ୍ଧିତ ବ୍ୟବହାର ଏବଂ ଖାତାଧାରୀଙ୍କ ମଧ୍ୟରେ ସଞ୍ଚୟ ଅଭ୍ୟାସ ବୃଦ୍ଧିର ଆଉ ଏକ ସୂଚକ।

ପିଏମେଜେଡିୱାଇ ଖାତାଧାରକଙ୍କୁ ୩୮.୬୮ କୋଟି ରୂପେ ଡେବିଟ୍ କାର୍ଡ ଜାରି କରାଯାଇଛି ଏବଂ ଏହାର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । ସେହିପରି ୧.୧୧ କୋଟି ପିଓଏସ/ଏମପିଓଏସ ମେସିନ୍ ସ୍ଥାପନ ଏବଂ ୟୁପିଆଇ ଭଳି ମୋବାଇଲ୍ ଆଧାରିତ ପେମେଣ୍ଟ ସିଷ୍ଟମ୍ ପ୍ରଚଳନ ସହିତ, ମୋଟ ଡିଜିଟାଲ୍ କାରବାର ସଂଖ୍ୟା ୨୦୧୮-୧୯ ଆର୍ଥିକ ବର୍ଷରେ ୨,୩୩୮ କୋଟିରୁ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୨୨,୧୯୮ କୋଟି ହୋଇଛି। ୟୁପିଆଇ ଆର୍ଥିକ କାରବାରର ମୋଟ ସଂଖ୍ୟା ୨୦୧୮-୧୯ ଆର୍ଥିକ ବର୍ଷରେ ୫୩୫ କୋଟିରୁ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮,୫୮୭ କୋଟି ହୋଇଛି। ସେହିପରି, ପିଓଏସ ଏବଂ ଇ-କମର୍ସରେ ମୋଟ ରୂପେ କାର୍ଡ କାରବାର ସଂଖ୍ୟା ୨୦୧୭-୧୮ ଆର୍ଥିକ ବର୍ଷରେ ୬୭ କୋଟିରୁ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୯୩.୮୫ କୋଟି ହୋଇଛି।

ପିଏମଜେଡିୱାଇର ସଫଳତା ଏହାର ମିଶନ-ମୋଡ୍ ଆଭିମୁଖ୍ୟ, ନିୟାମକ ସମର୍ଥନ, ସରକାରୀ-ଘରୋଇ ସହଭାଗୀତା ଏବଂ ବାୟୋମେଟ୍ରିକ୍ ଯାଞ୍ଚ ପାଇଁ ଆଧାର ଭଳି ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିର ସମନ୍ୱୟ କାରଣରୁ ସମ୍ଭବ ହୋଇପାରିଛି।

ପୂର୍ବରୁ ଆନୁଷ୍ଠାନିକ ଆର୍ଥିକ ସହାୟତାରୁ ବାଦ ପଡ଼ିଥିବା ଲୋକଙ୍କ ପାଇଁ ଏହି ଯୋଜନା ସଞ୍ଚୟ ଏବଂ ଋଣ ଉପଲବ୍ଧତାକୁ ସକ୍ଷମ କରିଛି। ଉଲ୍ଲେଖନୀୟ ସଞ୍ଚୟ ପଦ୍ଧତି ସହିତ, ଖାତାଧାରୀମାନେ ମଧ୍ୟ ଋଣ ପାଉଛନ୍ତି, ଯେଉଁଥିରେ ମୁଦ୍ରା ଋଣ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଜରିଆରେ ଲୋକମାନଙ୍କୁ ସେମାନଙ୍କର ଆୟ ବୃଦ୍ଧି ଏବଂ ଆର୍ଥିକ ସ୍ଥିରତା ନିର୍ମାଣ କରିବାକୁ ସଶକ୍ତ କରାଯାଉଛି।

ପିଏମଜେଡିୱାଇ ଏହାର ଦ୍ୱାଦଶ ବର୍ଷରେ ପ୍ରବେଶ କରୁଥିବାରୁ, ଏହା ସମାବେଶୀ ଅଭିବୃଦ୍ଧି, ଡିଜିଟାଲ୍ ନବସୃଜନ ଏବଂ ଆର୍ଥିକ ସଶକ୍ତିକରଣର ଏକ ଆଲୋକବର୍ତ୍ତିକା ହୋଇ ରହିଛି। ଏହାର ସ୍ଥାୟୀ ସଫଳତା ଆର୍ଥିକ ସ୍ୱାଧୀନତା ଆଡ଼କୁ ଯାତ୍ରାରେ କୌଣସି ନାଗରିକ ପଛରେ ନ ରହିବାକୁ ନିଶ୍ଚିତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପ୍ରଧାନମନ୍ତ୍ରୀ ମୋଦୀ ଆଜି କେରଳ ଓ ତାମିଲନାଡୁ ଗସ୍ତରେ, ୧୬,୪୫୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ ଓ ଜନସଭାକୁ ସମ୍ବୋଧିତ କରିବେ।
ରାଜସ୍ଥାନରେ ବୋରୱେଲ ଭିତରକୁ ଖସିପଡିଥିବା ଚେତନାର ରେସକ୍ୟୁ ନବମ ଦିନରେ ବି ଜାରି | BulletsIn
ସୁନା ବଜାରରେ ସୁନା ମୂଲ୍ୟରେ ବଡ଼ ହ୍ରାସ, ରୂପା ମୂଲ୍ୟରେ ମଧ୍ୟ ସାମାନ୍ୟ ହ୍ରାସ
ରୁଷର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ | BulletsIn

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ
Next Article କେରଳରେ ମୃତ ନିମାପଡାର ବିଜୟ ନାୟକଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ପ୍ରଭାତି ପରିଡା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?