ନୂଆଦିଲ୍ଲୀ, 7 ଜାନୁଆରୀ (ହି.ସ.) ସିକ୍କିମରୁ ଦୋରଜି ତଶୋରିଙ୍ଗ ଲେପଚାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି । ଲେପଚା ପୂର୍ବରୁ ସିକିମ ଡେମୋକ୍ରେଟିକ ଫ୍ରଣ୍ଟର ସଦସ୍ୟ ଥିଲେ । କିନ୍ତୁ ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ । ସେ 2014ରୁ 2019 ଯାଏ ପବନ ଚାମଲିଙ୍ଗ ସରକାରରେ ଲୋକ ନିର୍ମାଣ ଓ ପରିବହନ ମନ୍ତ୍ରୀ ଥିଲେ । ଲେପଚା 2014 ଓ 2019ରେ ଗନଥାଙ୍ଗ ମାଚୋଙ୍ଗ ନିର୍ବାଚନ କ୍ଷେତ୍ରରୁ ସିକିମ ବିଧାନସଭା ପାଇଁ ଚୟନ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
