ଭୁବନେଶ୍ୱର, 27 ଜୁଲାଇ (ହି.ସ.)
– ସାନ୍ତାଳୀ
ଶାଢ଼ୀର ପୁନରୁଦ୍ଧାର କଥା ଉଠାଇ ସମଗ୍ର ଓଡ଼ିଶା ଏବଂ ଜନଜାତି ସମୁଦାୟର କାର୍ଯ୍ୟକୁ
ଲୋକଲୋଚନକୁ ଆଣିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆଜି ମନ୍ କୀ ବାତକାର୍ଯ୍ୟକ୍ରମରେ ମୟୂରଭଞ୍ଜରେ ଜନଜାତି ମହିଳାଙ୍କ ଦ୍ୱାରା ସାନ୍ତାଳୀ
ଶାଢ଼ୀର ପୁନରୁଦ୍ଧାର ଉପରେ ଆଲୋକପାତ କରି ଆନ୍ତର୍ଜାତିକ ସ୍ତରରେ ସମଗ୍ର ଓଡ଼ିଶା ଏବଂ ଜନଜାତି
ସମୁଦାୟର ନାରୀଶକ୍ତିଙ୍କ କାର୍ଯ୍ୟକୁ ଲୋକଲୋଚନକୁ ଆଣିଥିବାରୁ ଧନ୍ୟବାଦ । ଏହି ମହିଳାମାନେ କେବଳ
ଶାଢୀ ତିଆରି କରୁନାହାନ୍ତି ବରଂ ସମାଜରେ ନିଜର ପରିଚୟ ସୃଷ୍ଟି କରିବା ସହ ଆତ୍ମନିର୍ଭର
ହେଉଛନ୍ତି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
