• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > (ସାକ୍ଷାତକାର)ସେବା କୌଣସି କାମ ନୁହେଁ… ଏକ ବ୍ରତ ଅଟେ ଏବଂ ଏହା ଜୀବନସାରା ଚାଲିବ- ଶ୍ରୀକୃଷ୍ଣ ପାଣ୍ଡ୍ୟେ
National

(ସାକ୍ଷାତକାର)ସେବା କୌଣସି କାମ ନୁହେଁ… ଏକ ବ୍ରତ ଅଟେ ଏବଂ ଏହା ଜୀବନସାରା ଚାଲିବ- ଶ୍ରୀକୃଷ୍ଣ ପାଣ୍ଡ୍ୟେ

CliQ INDIA
Last updated: November 23, 2025 8:17 am
CliQ INDIA
Share
5 Min Read
SHARE
ଶ୍ରୀକୃଷ୍ଣ ପାଣ୍ଡ୍ୟେ

ଗୋରଖପୁର, 22 ନଭେମ୍ବର (ହି.ସ.)- ଅଖିଳ ଭାରତୀୟ

ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପ୍ରତିଷ୍ଠିତ

ପ୍ରଫେସର ଯଶବନ୍ତରାଓ କେଲକର୍ ଯୁବ ପୁରସ୍କାର ପାଇଁ ଚୟନିତ ଗୋରଖପୁରର ଶ୍ରୀକୃଷ୍ଣ ପାଣ୍ଡେୟ ‘ଆଜାଦ’ ଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ସତ୍ୱେ ପ୍ରେରଣାଦାୟକ ମଧ୍ୟ ଅଟେ।

ଆଜାଦଙ୍କ କହିବା ଅନୁଯାୟୀ, କେବେ କେବେ ଜୀବନ ଭାଙ୍ଗିଗଲା ପରେ ହିଁ ନୁତନ ଆକାର ନେଇଥାଏ। ଅବସାଦ କୌଣସି ରୋଗ ନୁହେଁ, ବରଂ ଏକ ପରିସ୍ଥିତି ଯେଉଁଥିରୁ ବାହାରି ଆସିହେବ। ମାତ୍ର ସର୍ତ୍ତ ଏହା

ଯେ ତାକୁ କେହି ଶୁଣିବା ଏବଂ ବୁଝିବା ବାଲା ଥିବା ଦରକାର।

ଦେବଭୂମି ଉତ୍ତରାଖଣ୍ଡର

ରାଜଧାନୀ ଡେରାଡୁନରେ ହେବାକୁ ଯାଉଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର 71ତମ ଜାତୀୟ

ଅଧିବେଶନରେ ଗୋରଖପୁରର ଶ୍ରୀକୃଷ୍ଣ ପାଣ୍ଡେୟ ‘ଆଜାଦ’ଙ୍କୁ ପ୍ରତିଷ୍ଠିତ ପ୍ରଫେସର ଯଶବନ୍ତରାଓ କେଲକର୍ ଯୁବ ପୁରସ୍କାର

ପ୍ରଦାନ କରାଯିବ। ଏହି ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା ହେବା ପରେ ହିନ୍ଦୁସ୍ଥାନ ସମାଚାର

ଆଜାଦଙ୍କ ସହ ଆଲୋଚନା କରିଛି।ଜୀବନ–ଯାତ୍ରା ଏବଂ ସଂଘର୍ଷ ବିଷୟରେ ପଚାରାଯାଇଥିବା ଉପରେ ପାଣ୍ଡେୟ କହିଛନ୍ତି

ଯେ,

“କେବେ କେବେ ଜୀବନ ଭାଙ୍ଗିଗଲେ ହିଁ ନୂଆ

ଆକାର ନେଇଥାଏ। ମୋ ସହ ମଧ୍ୟ ଏକ ଦୁର୍ଘଟଣାରେ ଏହା ହୋଇଥିଲା। ସଡ଼କ ଦୁର୍ଘଟଣା ମୋର ଶରୀର ସହ

ମନକୁ ମଧ୍ୟ ଭିତରୁ ଭାଙ୍ଗିଦେଇଥିଲା। ମାସ ମାସ ଧରି ଅବସାଦରେ ରହିଲି। ନିରାଶା, ଭୟ, ଏକାକିତ୍ୱ… ସବୁକିଛି

ଯେଉଁଠାରେ ମୋର ପରିଚୟ ହୋଇପଡ଼ିଥିଲା। ଲାଗୁଥିଲା ଯେ ଜୀବନର କୌଣସି ଉଦ୍ଦେଶ୍ୟ ରହିନାହିଁ।

କିନ୍ତୁ ଏମିତି ସମୟରେ ମା’ଙ୍କର ଗୋଟିଏ କଥା ମୋର ସବୁଠାରୁ ବଡ଼ ଶକ୍ତି ହୋଇରହିଲା— ‘…ପୁଅ, ବେଦନା ହେଉଛି ଈଶ୍ୱରଙ୍କ ଭାଷା, ତା’ଠାରୁ ପଳାଇବା ନୁହେଁ… ତାକୁ ବୁଝିବା।’ ବୋଧେ ମା’ଙ୍କର

ଏହି ବାକ୍ୟଟି ମତେ ପୁଣିଥରେ ଜୀବନକୁ ନୂଆଭାବରେ ବଞ୍ଚିବା ଶିଖାଇଲା।”

ମାନସିକ ରୋଗୀମାନଙ୍କ ସେବା

କରିବାର ଭାବନା କେମିତି ଆସିଲା?

ଏହି ପ୍ରଶ୍ନର ଉତ୍ତରରେ

ଆଜାଦ କହିଛନ୍ତି ଯେ, “ମୋ ନିଜ ଅବସାଦ ମତେ ଶିଖାଇଲା ଯେ ମାନସିକ ରୋଗ କୌଣସି ଅଭାବ ନୁହେଁ, ଏହା ଏକ ପରିସ୍ଥିତି ଅଟେ ଏବଂ ପ୍ରତ୍ୟେକ ପରିସ୍ଥିତିରୁ ମୁକ୍ତି

ମିଳିପାରେ,

ଯଦି କେହି ଧୈର୍ଯ୍ୟର ସହ ଶୁଣିବ, ବୁଝିବ ଏବଂ ଧରି ରଖିବ।” ଶ୍ରୀକୃଷ୍ଣ ପାଣ୍ଡେୟ କହିଛନ୍ତି ଯେ, “ସଡ଼କରେ ବୁଲୁଥିବା ମାନସିକ ରୋଗୀମାନଙ୍କୁ ସମାଜ ‘ପାଗଳ’ କହି ପାର୍ଶ୍ୱକୁ ହଟାଇ ଦେଇଥାଏ, ଯେଉଁଠାରେ ସେମାନେ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଲୋକ ହୋଇଥାନ୍ତି।

ମୁଁ ନିଷ୍ପତ୍ତି ନେଲି ଯେ ଯେଉଁମାନଙ୍କୁ ସଂସାର ଛାଡ଼ିଦେଇଛି, ସେମାନଙ୍କ ପାଇଁ ମୁଁ ଦୃଢ଼ ହୋଇ ରହିବି।”“ଏମିତି ଲୋକମାନଙ୍କୁ ଭୋଜନ ଦେବା, ତାଙ୍କ ଚିକିତ୍ସା, ସ୍ନାନ କରାଇବା, ପୋଷାକ ପିନ୍ଧାଇବା ଏବଂ ପରାମର୍ଶ ଦେବା— ଏହି ସବୁ ମୋର ପ୍ରତିଦିନର କାମ। ଏହି କାମରେ ମଧ୍ୟ ମୋତେ ମା’ଙ୍କର ଶିକ୍ଷା ସ୍ମରଣ ହୋଇଆସେ—‘…ଅନ୍ୟମାନଙ୍କର ବେଦନା ପଢ଼ିବା ଶିଖ, ଆଧା ଦୁନିଆ ସ୍ୱତଃ ଠିକ୍ ହୋଇଯିବ।’”

ଜେଲରେ କଏଦୀମାନଙ୍କୁ କାଉନସିଲିଂ

କରିବାର ଅନୁଭବ ସମ୍ପର୍କରେ ପ୍ରଶ୍ନରେ ଶ୍ରୀକୃଷ୍ଣ ପାଣ୍ଡେୟ କହିଛନ୍ତି—

“ଜେଲର କାନ୍ଥ ପଛରେ କେବଳ ଅପରାଧ ନୁହେଁ, ବରଂ ଭାଙ୍ଗିଯାଇଥିବା ଶିଶୁବୟସ୍କ, ଦରିଦ୍ରତା, ଭୁଲ ସଙ୍ଗତି ଏବଂ ମୁହୂର୍ତ୍ତକ ଉତ୍ତେଜନାର କାହାଣୀ ଥାଏ। ମୁଁ

ଦେଖିଛି ଯେ ଅନେକ କଏଦୀ ଅପରାଧୀ କମ୍, ବେଶି ସମୟ ପରିସ୍ଥିତିର ଶିକାର ହୁଅନ୍ତି। ସବୁଠାରୁ ବଡ଼ ସତ୍ୟ ହେଉଛି

ଯେ,

ସେମାନଙ୍କର ମନରେ ଅପରାଧରୁ ଅଧିକ ଅପରାଧବୋଧ ରହିଛି। ସେମାନଙ୍କୁ

କେବଳ ଦଣ୍ଡ ନୁହେଁ, ବରଂ ଶୁଣିବାର ଆବଶ୍ୟକତା ଅଛି।

ପାଣ୍ଡେୟ କହିଛନ୍ତି, ଯେତେବେଳେ ସେ କଏଦୀମାନଙ୍କ ସହ କଥାବାର୍ତ୍ତା କରୁଥିଲେ, ଅନେକ କଏଦୀ କହୁଥିଲେ— ‘ସାହେବ, ପ୍ରଥମଥର ପାଇଁ କେହି ଆମକୁ ମାନବ ବୋଲି ବୁଝି କଥା ହେଲେ।’ ଏମିତି କଥା ଶୁଣିବା ପରେ ମୋତେ ଲାଗେ ଯେ ବୋଧେ ମୋର ଏଠାରେ ରହିବାର

ସାର୍ଥକତା ଅଛି।”

ଏବିଭିପିର ‘ଯଶବନ୍ତ ରାଓ କେଲକର୍ ଯୁବ ପୁରସ୍କାର’ ପାଇଁ ନାମ ଚୟନିତ ହେବା ପରେ ଆଜାଦ କହିଛନ୍ତି—

“ଏହି ପୁରସ୍କାର କେବଳ ମୋର ପ୍ରୟାସକୁ

ସମ୍ମାନ ଦେଉନାହିଁ, ବରଂ ମୋର ମା’ଙ୍କର

ଚିନ୍ତାଧାରା, ମୋର

ବେଦନାର ଶିକ୍ଷା ଏବଂ ସେହି ଅସଂଖ୍ୟ ଲୋକଙ୍କର ଆଶୀର୍ବାଦର ସମ୍ମାନ ଯାହାଙ୍କର ଜୀବନକୁ ସ୍ପର୍ଶ

କରିବାର ସୁଯୋଗ ମୋତେ ମିଳିଛି। ସେବା କେବଳ କାମ ନୁହେଁ… ମୋ ପାଇଁ ଏହା ଗୋଟିଏ ବ୍ରତ ଯାହା ସମ୍ପୂର୍ଣ୍ଣ ଜୀବନ ଚାଲିବ।”

ଏହି ସେବା-ଯାତ୍ରା ପାଇଁ

ପ୍ରେରଣା ସୂତ୍ର ସମ୍ପର୍କରେ ଆଜାଦ କହିଛନ୍ତି— “ମୋର ପ୍ରତ୍ୟେକ ଶ୍ୱାସ ପଛରେ ଗୋଟିଏ ମାତ୍ର ଆଧାର ଅଛି—ମା’ଙ୍କର ସ୍ବପ୍ନ। ଯଦି ଦୁର୍ଘଟଣା ହୋଇନାହିଁ, ଯଦି ଅବସାଦ ଆସିନାହିଁ, ତେବେ ସମ୍ଭବତଃ ମୁଁ ଏହି ପଥ ଚୟନ କରିପାରିବିନାହିଁ। ବେଦନା

ଦିଗଦର୍ଶନ କରିଛି, ଏବଂ

ମା’ଙ୍କର ସ୍ବପ୍ନ ଏହି ଦିଗକୁ ଅର୍ଥ ଦେଇଛି। ମୋ ପାଇଁ ସେବା କୌଣସି

ସାମାଜିକ କାର୍ଯ୍ୟ ନୁହେଁ, ବରଂ ଏହା ମୋର ବ୍ୟକ୍ତିଗତ ସଙ୍କଳ୍ପ ଯେ, ମା’ଙ୍କର ସ୍ବପ୍ନକୁ ପ୍ରତିସ୍ଥାପନ କରିବା ପାଇଁ ସେ ଯଥାସମୟରେ ସାକାର କରିବି।”

ସେ କହିଛନ୍ତି—

“ଜୀବନ ଛୋଟ, କିନ୍ତୁ କାହାର ପାଇଁ ଆଶା ହୋଇଯିବା… ଏହି ହେଉଛି ସବୁଠାରୁ ବଡ଼ ଜିତ। ମୁଁ କେବଳ ଏହି ଚେଷ୍ଟା କରୁଛି ଯେ, କୌଣସି ନିରାଶ୍ରୟ ଭୋକିଲା ନ ଶୋଉ, କେହି ମାନସିକ ରୋଗୀ ସଡକରେ ଅପମାନିତ ହୋଇ ନ ବୁଲୁ ଏବଂ କୌଣସି କଏଦୀ ନିଜକୁ

ସବୁବେଳ ପାଇଁ ହାରିଯାଇଥିବା ନଭାବୁ । ଏହି ହେଉଛି ମୋର ଧର୍ମ, ମୋର ଦିଗ, ମୋର ସଙ୍କଳ୍ପ।

ଉଲ୍ଲେଖନୀୟ ଯେ, ଶ୍ରୀକୃଷ୍ଣ ପାଣ୍ଡେୟ ‘ଆଜାଦ’ ଇସ୍ମାଇଲ୍ ରୋଟି ବ୍ୟାଙ୍କ୍ ଫାଉଣ୍ଡେସନ୍ ର ଅଧ୍ୟକ୍ଷ ଓ ଗୋରଖପୁରରେ ଏକ

ରୋଟି ବ୍ୟାଙ୍କ୍ ଚଳାଉଛନ୍ତି। ଏହାସହିତ ସେ ଗୋରଖପୁର ଅଞ୍ଚଳରେ ନିରାଶ୍ରୟ ମାନସିକ ରୋଗୀମାନଙ୍କ

ସେବା କରୁଛନ୍ତି। ଆଜାଦ ଗୋରଖପୁର ଅଞ୍ଚଳର ମାନସିକ ରୋଗୀମାନଙ୍କୁ ଚିକିତ୍ସା ସୁବିଧା, ଔଷଧ ଏବଂ ପୁନର୍ବାସରେ ସାହାଯ୍ୟ କରୁଛନ୍ତି। ସେ ଜେଲର କଏଦୀମାନଙ୍କର

ପୁନର୍ବାସ,

ଶିଶୁ ଭିକ୍ଷାବୃତ୍ତି ଉନ୍ମୂଳନ, ମଦ୍ୟପାନ ମୁକ୍ତି, ସଫେଇ ଓ ପରିବେଶ ସମ୍ବନ୍ଧୀୟ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ

କାର୍ଯ୍ୟ କରିଛନ୍ତି। ପାଣ୍ଡେୟ ଦୁଇଟି ପୁନର୍ବାସ କେନ୍ଦ୍ର ଚଳାଇବା ସହ ତାଙ୍କର ଜନଜାଗୃତି

ଅଭିଯାନ ମାଧ୍ୟମରେ ଅନେକ ଶିଶୁ ଏବଂ ଯୁବ ମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି।

ଏଥିପାଇଁ ଉତ୍ତର ପ୍ରଦେଶ ସରକାର ଏବଂ ବିଭିନ୍ନ ସଂସ୍ଥାମାନେ ତାଙ୍କୁ ଅନେକ ସମ୍ମାନ ଦେଇଛନ୍ତି।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ପୂର୍ବ ଚମ୍ପାରଣର ଘୋଡ଼ାସହନରେ ୫ ଜଣ ସନ୍ଦିଗ୍ଧ ବିଦେଶୀ ନାଗରିକ ଗିରଫ
ଓମ ପାୱର ଟ୍ରାନ୍ସମିଶନ ଆଇପିଓ ଆଜି ମ୍ୟୁଟେଡ ଆଶାର ସାଥିରେ ସୂଚୀବଦ୍ଧ
ଋଷ ଅଭିମୁଖେ ଗସ୍ତ କଲେ ପିଏମ ମୋଦି, ପୁଟିନଙ୍କ ସହ ହେବାକୁ ଥିବା ସାକ୍ଷାତ ଉପରେ ବିଶ୍ୱର ନଜର | BulletsIn
ଭାରତରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ, LPG ଚାହିଦା ବୃଦ୍ଧି
ଭାରତର ବୃହତ ଶକ୍ତି ଓ ପ୍ରଯୁକ୍ତି ରଣନୀତିକୁ ମୋଦିଙ୍କ ପାଞ୍ଚ ରାଷ୍ଟ୍ରର କୂଟନୈତିକ ପ୍ରେରଣା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ହାଇୱା ପଛରେ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ, ୪ ଗୁରୁତର
Next Article ରାଜଯୋଗିନୀ କମଳେଶ ଦିଦିଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?