ମୁମ୍ବାଇ, 29 ନଭେମ୍ବର (ହି.ସ.)- କିଛି ଦିନ ଧରି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଲଗାତର ଭାବେ ସଲମାନଙ୍କୁ ହତ୍ୟା ଧମକ ଦିଆଯାଉଛି । ଏହି ଧମକ ପରେ ବଲିଉଡର ଦବଙ୍ଗ ହିରୋଙ୍କ ସୁରକ୍ଷାକୁ କଡାକଡି କରିଛି ମୁମ୍ବାଇ ପୋଲିସ । ଏବେ ପୁଣି ଥରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ଧମକ ମିଳିଛି । ଏହି ଧମକ ପରେ ମୁମ୍ବାଇ ପୋଲିସ ସଲମାନଙ୍କ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛି । ଏହା ସହିତ ସଲମାନଙ୍କୁ ଅଧିକ ସତର୍କ ରହିବାକୁ ଆଲର୍ଟ କରିଛି ମୁମ୍ବାଇ ପୋଲିସ । ଧମକ ପରେ ମୁମ୍ବାଇ ପୋଲିସ ସଲମାନଙ୍କୁ ୱାଇ-ପ୍ଲସ ସୁରକ୍ଷା ପ୍ରଦାନ କରିଛି ।
ନିକଟରେ ଲରେନ୍ସ ବିଶ୍ନୋଇ ଏକ ଫେସବୁକ ପୋଷ୍ଟରେ କାନାଡାରେ ନିଜ ଘର ବାହାରେ ଗିପ୍ପି ଗ୍ରୋଭଲକୁ ଗୁଳି କରି ହତ୍ୟା ଘଟଣାରେ ନିଜକୁ ଦାୟୀ କରିଥିଲା । ଏହି ଫେସବୁକ ପୋଷ୍ଟରେ ଲେଖାଯାଇଥିଲା, ‘ଆପଣ ସଲମାନ ଖାନଙ୍କୁ ଭାଇ ମାନିଥାନ୍ତି, କିନ୍ତୁ ଏବେ ଆପଣଙ୍କ ଭାଇକୁ ବଞ୍ଚାଇବାର ସମୟ ଆସିଯାଇଛି । ସଲମାନ ଖାନଙ୍କ ପାଇଁ ଏହା ମଧ୍ୟ ଏକ ବାର୍ତ୍ତା – ଭୁଲ ଧାରଣାରେ ରୁହ ନାହିଁ ଯେ ଦାଉଦ ତୁମକୁ ବଞ୍ଚାଇବ, କେହି ବଞ୍ଚାଇ ପାରିବେ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
