


ନୂଆଦିଲ୍ଲୀ, 25 ଅଗଷ୍ଟ (ହି.ସ.)- ସାରାଦେଶରେ୨.୫
ଲକ୍ଷରୁ ଅଧିକ ପ୍ରିଣ୍ଟିଂ ଏବଂ ପ୍ୟାକେଜିଂ ଉଦ୍ୟମଗୁଡ଼ିକୁ ପ୍ରତିନିଧିତ୍ୱ କରୁଥିବା ଅଖିଳ
ଭାରତୀୟ ମୁଦ୍ରକ ଏବଂ ପ୍ୟାକେଜର ମହାସଂଘ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ୍ ବୈଠକ ଆୟୋଜନ
କରିଥିଲା। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲାସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ବସ୍ତୁ ଏବଂ ସେବା କର (ଜିଏସଟି) ହାରରେ
ସୁଧାର ଆଣିବା, ଯାହାର
ଲକ୍ଷ୍ୟ ହେଉଛି ବର୍ତ୍ତମାନର ବହୁ-ସ୍ତରୀୟ ଗଠନକୁ ସରଳ କରି ଦୁଇ-ସ୍ଲାବ୍ ବ୍ୟବସ୍ଥା (୫% ଏବଂ
୧୮%) ରୂପେ ଲାଗୁ କରିବା।
ବୈଠକରେ ୯୬ ରୁ ଅଧିକ
ଶିଳ୍ପ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ସମସ୍ତେ ସରକାରଙ୍କୁ ଏକସ୍ୱରରେ ଅନୁରୋଧ କରିଥିଲେ ଯେ
ପ୍ରିଣ୍ଟିଂ ଏବଂ ପ୍ୟାକେଜିଂ ଶିଳ୍ପକୁ ୫% ଜିଏସଟି ସ୍ଲାବ୍ ମଧ୍ୟରେ ରଖାଯାଉ, ଯାହାଫଳରେ ଏହି କ୍ଷେତ୍ରର ପ୍ରତିସ୍ପର୍ଧାତ୍ମକତା, ଚାକିରି ସୃଷ୍ଟି ଏବଂ ରପ୍ତାନୀ କ୍ଷମତା ବୃଦ୍ଧି ପାଇପାରିବ।
ଜିଏସଟି ଆଇନ ବିଶେଷଜ୍ଞ
ଏନ.କେ. ଥମନ ବୈଠକରେ କହିଥିଲେ, ପ୍ରିଣ୍ଟିଂ ଏବଂ ପ୍ୟାକେଜିଂ ଭାରତର ଆର୍ଥିକ ସଂରଚନାର ଅଭିନ୍ନ ଅଂଶ।
ଯଦି ଏହି ଖାତାକୁ ୧୮% ର ସ୍ଲାବ୍ ମଧ୍ୟରେ ରଖାଯାଏ, ତେବେ ଏଥିରୁ ନୂତନ ଉଦ୍ଭାବନରେ ବାଧା, ବ୍ୟୟ ବୃଦ୍ଧି ଏବଂ ବିଶ୍ୱ ମାନଙ୍କ ସହିତ ପ୍ରତିସ୍ପର୍ଧା କ୍ଷମତା
ହ୍ରାସ ପାଇପାରେ।
ଚାଟାର୍ଡ ଆକାଉଣ୍ଟାଂଟ ଉଦୟ
ଧୋଟେ, ଯିଏକି ଜଣେ ପ୍ରିଣ୍ଟିଂ ଉଦ୍ୟମ, ସେ କହିଥିଲେ ଯେ, ଉଚ୍ଚ ଟ୍ୟାକ୍ସ ଦର ଯୋଗୁ ଛୋଟ
ବ୍ୟବସାୟୀଙ୍କ ଉପରେ ବୋଝ ବଢିବ ଯାହାଦ୍ୱାରା ଜରୁରୀ ପ୍ୟାକେଜିଂ ଉତ୍ପାଦର ମୂଲ୍ୟରେ ଲାଭ ହେବ
ଏବଂ ଏହାର ସିଧା ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡିବ ।
ଉଦ୍ୟୋଗର ଆର୍ଥିକ ଅବଦାନ ଓ
ସମ୍ଭାବନା
ଭାରତର ପ୍ରିଣ୍ଟିଂ ଏବଂ
ପ୍ୟାକେଜିଂ ଉଦ୍ୟୋଗ ୨୦୨୫ ସୁଦ୍ଧାରେ ୧୫୦ ଅରବ ଆମେରିକୀୟ ଡଲାର୍ ପର୍ଯ୍ୟନ୍ତ ପହଁଚିବା ପଥରେ
ଅଛି। କେବଳ ପ୍ୟାକେଜିଂ ଖଣ୍ଡ ୨୦୨୫ରେ ୧୦୧ ଅରବ ଡଲାରର ସୀମାକୁ ପାର୍ କରିପାରିବ ଏବଂ ୨୦୩୦
ସୁଦ୍ଧା ୧୦.୭୩% ବାର୍ଷିକ ବୃଦ୍ଧି ହାର ସହିତ ୧୭୦ ଅରବ ଡଲାର୍ ପର୍ଯ୍ୟନ୍ତ ଯିବାର ସମ୍ଭାବନା
ଅଛି।
ଏହି କ୍ଷେତ୍ର ଦେଶରେ ୨.୫
ମିଲିୟନ୍ (୨୫ ଲକ୍ଷ) ରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଚାକିରି ଦେଇଥାଏ ଏବଂ ଅପ୍ରତ୍ୟକ୍ଷ
ଭାବେ କାଗଜ, କାଳୀ
ଓ ଲଜିଷ୍ଟିକ୍ସ ପରି ସହଯୋଗୀ କ୍ଷେତ୍ରଗୁଡ଼ିକୁ ମଧ୍ୟ ଉତ୍ସାହିତ କରିଥାଏ।
ବର୍ତ୍ତମାନର ଜିଏସ୍ଟି
ଢାଞ୍ଚା ଏବଂ ପ୍ରସ୍ତାବିତ ପ୍ରଭାବ:
କାର୍ଡବୋର୍ଡ, ବକ୍ସ ଏବଂ କାଗଜ ପରି ଉତ୍ପାଦରେ 12% ଜିଏସ୍ଟି ଲାଗୁ ହେଉଛି (ଏହା ପূର୍ବରୁ 18% ଥିଲା, ଯାହା କମାଇଯାଇଛି)। ଷ୍ଟେସନାରୀ ଉତ୍ପାଦ (ଯେପରିକି ଲଫାଫା, ଡାଏରୀ, ରେଜିଷ୍ଟର ଇତ୍ୟାଦି) ଉପରେ 18% ଟାକ୍ସ ଲାଗେ। ଆବଶ୍ୟକ ଛପା ଉପକରଣ (ଯେପରିକି ପୁସ୍ତକ) ଉପରେ 0% କିମ୍ବା 5% ରିହାତି ହାରରେ କର ଲାଗୁ ହୁଏ। ପ୍ରସ୍ତାବିତ ଢାଞ୍ଚା ଅନୁସାରେ, ବର୍ତ୍ତମାନ 12% ଟାକ୍ସ ଥିବା ଅଧିକାଂଶ ଉତ୍ପାଦକୁ 5%ରେ ରଖାଯାଇପାରେ। କିନ୍ତୁ ଚିନ୍ତାର ବିଷୟ ହେଉଛି ଯେ, ଅନେକ ସେବାକୁ 18% ସ୍ଲାବ୍କୁ ବଢ଼ାଯାଇପାରେ, ଯାହା ଉତ୍ପାଦନ ଖର୍ଚ୍ଚରେ 6% ପର୍ଯ୍ୟନ୍ତ ବୃଦ୍ଧି ଆଣିପାରେ।
ଆଗାମୀ ରଣନୀତି:
ଏ.ଆଇ.ଏଫ୍.ପି.ପି. ସୂଚନା
ଦେଇଛି ଯେ ସେମାନେ ଜିଏସ୍ଟି ପରିଷଦ ଓ ଅର୍ଥ ମନ୍ତ୍ରଣାଳୟକୁ ଏହା ସନ୍ଦର୍ଭରେ ଗୋଟିଏ ବିସ୍ତୃତ
ସ୍ମାରକପତ୍ର ଦେବେ। ମହାସଂଘର ମତ ଅନୁସାରେ, ସରକାର ଦ୍ୱାରା ସହଯୋଗପୂର୍ଣ୍ଣ ନୀତି ମିଳିଲେ, ଏହି କ୍ଷେତ୍ର କେବଳ ସ୍ଥାନୀୟ ନିଯୁକ୍ତ ସୃଷ୍ଟିକୁ ଉତ୍ସାହିତ
କରିପାରିବନି, ଏବଂ ରପ୍ତାନୀ
ମାଧ୍ୟମରେ ବଡ଼ ଯୋଗଦାନ ଦେଇପାରିବ।
ହିନ୍ଦୁସ୍ଥାନ ସମାଚାର ବହୁଭାଷୀ
ନ୍ୟୁଜ ଏଜେନ୍ସିର ଅଧ୍ୟକ୍ଷ ଅରବିନ୍ଦ ମାର୍ଡିକର ମଧ୍ୟ ଏହି ଅପିଲକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି,
ସମ୍ପୂର୍ଣ୍ଣ ଶିଳ୍ପକୁ 5% ସ୍ଲାବରେ
ଆଣିବା,
କେବଳ ଉତ୍ପାଦନ ଖର୍ଚ୍ଚ କମାଇବ ନାହିଁ, ବରଂ ଶେଷ ଉପଯୋଗକାରୀ ଓ ରପ୍ତାନୀକାରୀ – ଉଭୟଙ୍କୁ ଲାଭ
ଦେଇପାରିବ। ସେ ଏହି ପ୍ରସଙ୍ଗକୁ ଜିଏସ୍ଟି ପରିଷଦ ସମ୍ମୁଖରେ ଉଠାଇବାର ଆଶ୍ୱାସନା ମଧ୍ୟ
ଦେଇଛନ୍ତି।
ଏ.ଆଇ.ଏଫ୍.ପି.ପି.ର
ପରିଚୟ:
ଅଖିଳ ଭାରତୀୟ ମୁଦ୍ରକ ଓ
ପ୍ୟାକେଜର ମହାସଂଘ ସମ୍ପୂର୍ଣ୍ଣ ଦେଶରେ ଥିବା ପ୍ରିଣ୍ଟିଂ ଓ ପ୍ୟାକେଜିଂ ବ୍ୟବସାୟଗୁଡ଼ିକୁ
ପ୍ରତିନିଧିତ୍ୱ କରିଥାଏ । ଏହି ସଂଗଠନ ଶିଳ୍ପରେ ନୀତିଗତ ବାଧାକୁ ଦୂର କରିବା, ନବାଚାରକୁ ପ୍ରୋତ୍ସାହିତ କରିବା ଓ ଆର୍ଥିକ ସୁଧାର ମାଧ୍ୟମରେ ବିକାଶ
ନିଶ୍ଚିତ କରିବା ପାଇଁ କାର୍ଯ୍ୟ କରେ। ଏହି ଭର୍ଚୁଆଲ ବୈଠକର ସଂଚାଳନ ପ୍ରିଣ୍ଟିଂ ଉଦ୍ୟୋଗର
ପ୍ରମୁଖ ବ୍ୟକ୍ତି ପ୍ରଫେସର କମଳ ଚୋପ୍ରା କରିଥିବା ବେଳେ ସେ କ୍ଷେତ୍ର ସହିତ ଜଡିତ ଭିତ୍ତିଭୂମି
ବାସ୍ତବତା ଓ ଚ୍ୟାଲେଂଜ ଉପରେ ଗୁରୁତ୍ୱ ଦେଇଥିଲେ ।
….
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
