ନୂଆଦିଲ୍ଲୀ, 24 ଅଗଷ୍ଟ (ହି.ସ.)
– ବାବ୍ରୀ ମସଜିଦ
ବିବାଦ ଉପରେ ସୁପ୍ରିମ୍ କୋର୍ଟଙ୍କ ଅନ୍ତିମ ରାୟ ପରେ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର
ଟ୍ରଷ୍ଟର ପ୍ରଥମ ବରିଷ୍ଠ ସଦସ୍ୟ ଏବଂ ରାଜା ଅଯୋଧ୍ୟା ନାମରେ ପରିଚିତ
ବିମଲେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ଶନିବାର ଦେର ରାତିରେ ଦେହାନ୍ତ ହୋଇଛି। ସେ 75 ବର୍ଷ
ବୟସରେ ରାଜସଦନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତରେ ବିଶେଷକରି ଅଯୋଧ୍ୟା
ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଏଠାରେ ଉଲ୍ଲେଖନୀୟ ଯେ,
ରାମ ମନ୍ଦିର ବିବାଦ ଉପରେ ସୁପ୍ରିମକୋର୍ଟଙ୍କ
ନିଷ୍ପତ୍ତି ପରେ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବରିଷ୍ଠ ସଦସ୍ୟ
ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ବିମଳେନ୍ଦ୍ର ମୋହନ ମିଶ୍ରଙ୍କୁ ଚୟନ
କରାଯାଇଥିଲା। ଶ୍ରୀରାମ ଜନ୍ମଭୂମି ପରିସରର ରିସିଭର ଥିବା ଅଯୋଧ୍ୟାର କମିଶନରଙ୍କ ତରଫରୁ ପ୍ରଥମ
ଚାର୍ଜ ମଧ୍ୟ ତାଙ୍କୁ ହସ୍ତାନ୍ତର କରାଯାଇଥିଲା।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
