ସୁଲତାନପୁର, ୧୨ ଡିସେମ୍ବର(ହି.ସ.) – ଉତର ପ୍ରଦେଶର ଜିଲ୍ଲା ସୁଲତାନପୁରର ଏମ୍ପି-ଏମଏଲ୍ଏ କୋର୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବୟାନବାଜୀକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମାମଲାର ଶୁଣାଣୀ ଶୁକ୍ରବାର ଦିନକୁ ଟଳିଯାଇଛି। ରାହୁଲ ଗାନ୍ଧୀଙ୍କ ଅଧିବକ୍ତା କାଶୀ ପ୍ରସାଦ ଶୁକ୍ଲା ସମୟ ନେବାର କାରଣ ଆଜି ଶୁଣାଣୀ ସ୍ଥଗିତ ହୋଇଯାଇଛି। କୋର୍ଟ ଏବେ ଆସନ୍ତା ଶୁଣାଣୀ ପାଇଁ ୨୩ ଡିସେମ୍ବର ତିଥି ସ୍ଥିର ହୋଇଛି।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଧିବକ୍ତା କାଶୀ ପ୍ରସାଦ ଶୁକ୍ଲା କହିଛନ୍ତି ଯେ ଶୁକ୍ରବାର ଦିନ ଗୱାହ ରାମଚନ୍ଦ୍ର ଦୁବେଙ୍କ ସହିତ କଥା ହେଉଥିଲା, କିନ୍ତୁ ଅଧିବକ୍ତାଙ୍କ ସମୟ ନେବା କାରଣରୁ ଶୁଣାଣୀ ଟାଳି ଦିଆଯାଇଛି। ଏବେ ୨୩ ଡିସେମ୍ବରକୁ ରାହୁଲ ଗାନ୍ଧୀଙ୍କ ଅଧିବକ୍ତା ଗୱାହ ରାମଚନ୍ଦ୍ର ଦୁବେଙ୍କୁ ଜିରହ କରିବେ।
ଭାଜପା ନେତା ବିଜୟ ମିଶ୍ର ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନିର ମୁକଦମା ରୁଜି କରିଥିଲା। ହନୁମାନଗଂଜ ନିବାସୀ ମିଶ୍ରଙ୍କ ଅଭିଯୋଗ ଯେ ୨୦୧୮ କର୍ଣ୍ଣାଟକ ନିର୍ବାଚନ ସମୟରେ ରାହୁଲ ଗାନ୍ଦୀ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଏବଂ ବର୍ତମାନ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିଲେ। ଏହି ମାମଲାରେ ଗତ ପାଂଚବର୍ଷ ହେଲା ଅଦାଲତ କାର୍ଯ୍ୟକାରିଣୀ ଚାଲୁଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
…………………………………
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି
