ନୂଆଦିଲ୍ଲୀ, 21 ଜାନୁଆରୀ (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେଘାଳୟ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେ କହିଛନ୍ତି, ଏହି ଉତ୍ତର-ପୂର୍ବ ରାଜ୍ୟ ଭବିଷ୍ୟତରେ ପ୍ରଗତିର ନୂଆ ଉଚ୍ଚତା ଛୁଇଁବ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ମେଘାଳୟବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସର ଶୁଭେଚ୍ଛା । ଆଜି ମେଘାଳୟର ଅନନ୍ୟ ସଂସ୍କୃତି ଏବଂ ସେଠାକାର ଲୋକଙ୍କ ଉପଲବ୍ଧିକୁ ପାଳନ କରିବାର ଦିନ । ମେଘାଳୟ ଭବିଷ୍ୟରେ ପ୍ରଗତିର ନୂଆ ଉଚ୍ଚତାକୁ ଛୁଉଁ ।’
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
