ଇମ୍ଫାଲ, 21 ଜାନୁଆରୀ (ହି.ସ.) ମଣିପୁରରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି । ମଣିପୁର ପୋଲିସ, ମଣିପୁର ରାଇଫଲ୍ସ, ଆସାମ ରାଇଫଲ୍ସ, ବିଏସଏଫ ତଥା ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅଭିଯାନରେ ଦୁଇଟି ବଙ୍କର ଧ୍ୱସ୍ତ କରାଯାଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି ।
ମଣିପୁର ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଲିମାଖୋଙ୍ଗ, କାଙ୍ଗପୋକପିରେ ଦୁଇଟି ବଙ୍କର ନଷ୍ଟ କରାଯାଇଥିବା ଦୁଇଟି ଗନ୍, ପିସ୍ତଲ, ରିଭଲଭର, ଗୋଳା ବାରୁଦ, ଗ୍ରେନେଡ ଡିଟୋନେଟର ଜବତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
