ଇମ୍ଫାଲ, 26 ନଭେମ୍ବର (ହି.ସ.)- ମଣିପୁରରେ
ସୁରକ୍ଷା ବଳ ଗତ 24 ଘଣ୍ଟାରେ ତିନିଟି ଜିଲ୍ଲାରୁ ବହୁ ମାତ୍ରାରେ ଅସ୍ତ୍ର-ଶସ୍ତ୍ର,
ଗୋଳାବାରୁଦ୍ ଓ
ବିସ୍ଫୋରକ ଜବତ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଚୁରାଚାନ୍ଦପୁର,
କାଙ୍ଗପୋକପି ଓ
ଇମ୍ଫାଲ ପଶ୍ଚିମ ଜିଲ୍ଲାରେ କରାଯାଇଥିଲା। ଏଥିରେ ସୁରକ୍ଷା ବଳ ଜଣେ ଉଗ୍ରବାଦୀଙ୍କୁ ଗିରଫ
କରିବାରେ ସଫଳ ହୋଇଛି।
ଚୁରାଚାନ୍ଦପୁର
ଜିଲ୍ଲାର ଗେଲମୋଲ୍ ଗ୍ରାମରେ ତଲାସୀ ଅଭିଯାନ ସମୟରେ ସୁରକ୍ଷା ବଳମାନେ ପ୍ରାୟ 40 କିଲୋଗ୍ରାମ୍
ବିସ୍ଫୋରକ ସହିତ ଏକ ଲମ୍ବା ଦୂର ରକେଟ୍, ରକେଟ୍ ଲଞ୍ଚିଂ ଷ୍ଟ୍ୟାଣ୍ଡ,
ବ୍ୟାଟେରି ପିସ୍ ଓ
ପାଞ୍ଚଟି ବୋମା ଜବତ କରିଥିଲେ।
କାଙ୍ଗପୋକପି
ଜିଲ୍ଲାର ଗେଲବୁଙ୍ଗ ଜଙ୍ଗଲରୁ ସୁରକ୍ଷା ବଳମାନେ ଗୋଟିଏ ସିଏମଜିକାର୍ବାଇନ୍ ଓ ମ୍ୟାଗଜିନ୍,
ଗୋଟିଏ .303 ରାଇଫଲ୍,
ଦୁଇଟି ପିସ୍ତଲ୍ ଓ
ସେମାନଙ୍କର ମ୍ୟାଗଜିନ୍, ନଅଟି ଦେଶୀ ବୋଲ୍ଟ୍-ଏକ୍ସନ୍ ସିଙ୍ଗଲ୍ ବ୍ୟାରେଲ୍ ବନ୍ଦୁକ,
ଗୋଟିଏ ଦେଶୀ ଏସବିବିଏଲ,
ଗୋଟିଏ ସ୍ଥାନୀୟ
ତିଆରି ଗ୍ରେନେଡ୍, 46ଟି ସଜୀବ କାରତୁସ, 80ଟି ଖାଲି ଖୋଖା,
ଗୋଟିଏ ସେଫ୍ଟି
ଫ୍ୟୁଜ୍, ଗୋଟିଏ ଡେଟୋନେଟର୍, ତିନୋଟି ପିଇକେପିସ୍, ଚାରିଟି ପମ୍ପି,
ଗୋଟିଏ ପମ୍ପି
ଷ୍ଟ୍ୟାଣ୍ଡ, ଦୁଇଟି ବାଉଫେଙ୍ଗ୍ ହାଣ୍ଡସେଟ୍, ଗୋଟିଏ ଜୋଡ଼ା ଜଙ୍ଗଲ୍ ବୁଟ୍ ଓ ଗୋଟିଏ
ମ୍ୟାଗଜିନ୍ ପାଉଚ୍ ଜବତ କରିଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
