ଗାନ୍ଧିନଗର, ୨ ଡିସେମ୍ବର (ହି.ସ.)- ୧୦ ତମ ଭାଇବ୍ରାଂଟ ଗୁଜୁରାଟ ବିଶ୍ଵସ୍ତରିୟ ସମ୍ମିଳନୀ ୨୦୨୪ ପୂର୍ବରୁ ୫ ଡିସେମ୍ବରରେ ଅହମ୍ମଦାବାଦରେ ଗୁଜୁରାଟ ସରକାର ଏକ୍ସପର୍ଟସ୍ ଏକ୍ସସିଲେରେଟ : ଇଣ୍ଡିଆସ୍ ଏକ୍ସପୋର୍ଟ ରିଭୋଲ୍ୟୁସନ ଫର ବିକଶିତ ଭାରତ ଅ ୨୦୪୭ ବିଷୟ ଉପରେ ଏକ୍ସପର୍ଟସ୍ କନଫରେନ୍ସର ଆୟୋଜନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜୁରାଟ ସରକାରର ଉଦ୍ୟୋଗ(ଏମଏସଏମଇ), ନାଗରିକ ବିମାନ ଚଳାଚଳ, ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ବଲବନ୍ତ ସିଂହ ରାଜପୁତ, ଉଦ୍ୟୋଗ ରାଜ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ଏମଏସଏମଇ ରାଜ୍ୟ ମନ୍ତ୍ରୀ ଜଗଦିଶ ଭାଇ ପାଂଚାଲ ଉପସ୍ଥିତ ରହିବେ ।
କାର୍ଯ୍ୟକ୍ରମର ଶୁଭାରମ୍ଭ ରସନା ଇଂଟରନେଶନାଲର ଗୃପ୍ ଚେୟାରମେନ ପିରୁଜ ଖଂବାଟାଙ୍କ ସ୍ଵାଗତ ସମ୍ବୋଧନରୁ ହେବ । ଟାଟା କେମିକାଲ ଲିମିଟେଡ଼ର ଗ୍ଲୋବାଲ ବିଜନେସ୍ କେମିକାଲ୍ସର ଏକଜ୍ୟୁକେଟିଭ ଡାଇରେକ୍ଟର ତଥା ମୁଖ୍ୟ ଜରୀର ଲଂଗରାନା, ନୀତି ଆୟୋଗର ବ୍ୟାପାର ତଥା ବାଣିଜ୍ୟ ବରିଷ୍ଠ ପରାମର୍ଶଦାତା ସଞ୍ଜିତ ସିଂହ (ଆଇଆରଏସ) ନିଜ ବିଚାର ପ୍ରସ୍ତୁତ କରିବେ । ସିଆଇଆଇ ଗୁଜୁରାଟ ଷ୍ଟେଟ କାଉନସିଲ୍ ର ଚେୟାରମେନ ଏବଂ ହିଟାଚି ଏଚଆଇ ଆରଇଏଲ ପାୱର ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦର୍ଶନ ଶାହ ଧନ୍ୟବାଦ ସମ୍ବୋଧନ ପ୍ରସ୍ତୁତ କରିବେ ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
